ମୁମ୍ବାଇ: ସନ୍ନି ଦେଓଲ ଓ ଅମିଷା ପଟେଲ୍ଙ୍କ ବହୁ ଲୋକପ୍ରିୟ ଚଳଚ୍ଚିତ୍ର ‘ଗଦର: ଏକ୍ ପ୍ରେମ୍ କଥା’ ଆପଣ ଦେଖିଥିବେ ନିଶ୍ଚୟ। ଦୁଇ ଦଂଶନ୍ଧି ତଳେ ରିଲିଜ୍ ହୋଇଥିବା ଏହି ଚଳଚ୍ଚିତ୍ରଟି ଦର୍ଶନଙ୍କ ମନରେ ଏକ ଅଭୁଲା ଛାପ ଛାଡ଼ିବାରେ ସମର୍ଥ ହୋଇଥିଲା। ସନ୍ନି ଦେଓଲ ଜଣେ ଭାରତୀୟ ହୋଇଥିବା ବେଳେ ଅମିଷା ପଟେଲ୍ ଜଣେ ପାକିସ୍ତାନୀ ଯୁବତୀ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ। ଦୁହଁଙ୍କର ଦୁହିଁଙ୍କ ପ୍ରତି ଅତୁଟ ପ୍ରେମ ଓ ତାହା ସହ ଦେଶ ପ୍ରତି ସମ୍ମାନ ଏହି ଚଳଚ୍ଚିତ୍ରରେ ଚିତ୍ରିତ କରାଯାଇଥିଲା।
ତେବେ ଦୀର୍ଘ ୨୨ ବର୍ଷ ପରେ ପୁଣି ଥରେ ଫେରୁଛି ‘ଗଦର୍’। ଏଥିରେ କିଛି କଳାକାରମାନଙ୍କୁ ବି ବଦଳାଇ ଦିଆଯାଇଛି। ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ସନ୍ନି ଦେଓଲ ୨୦୦୧ ମସିହାରେ ରିଲିଜ୍ ହୋଇଥିବା ତାଙ୍କର ଏହି ବହୁଚର୍ଚ୍ଚିତ ଫିଲ୍ମଟିକୁ ପୁଣି ଥରେ ପରଦାରେ ଦେଖିବାକୁ ମିଳିବ। ଆଉ ସବୁଠାରୁ ବଡ଼ କଥା ହେଲା ଏଥିରେ ତାରା ସିଂହ ଓ ସକିନାଙ୍କ ଭୂମିକାରେ ପୁଣି ଥରେ ଅବତୀର୍ଣ୍ଣ ହେବାକୁ ଯାଉଛନ୍ତି ସନ୍ନି ଦେଓଲ ଓ ଅମିଷା ପଟେଲ୍।
#tara#sakeena adorable charecters highly close to my ❤️ get ready to witness them once again #GADAR2@ZeeStudios_@iamsunnydeol@ameesha_patel@iutkarsharma@anilsharmaprod@Mithoon11@simratkaur_16@manishwadhwa@shariqpatel@ZeeMusicCompany@ZEE5India@zeecinema@ZEE5Globalpic.twitter.com/FWy4rrLbtG
— Anil Sharma (@Anilsharma_dir) February 14, 2023
ଆଜି ଭାଲେଣ୍ଟାଇନ୍ ଡେ ଅବସରରେ ନିର୍ଦ୍ଦେଶକ ଅନୀଲ ଶର୍ମା ଫିଲ୍ମଟିର ଏକ ମୋସନ ପୋଷ୍ଟ୍ ରିଲିଜ୍ କରିଛନ୍ତି। ଯେଉଁଥିରେ ସନ୍ନି ଦେଓଲ ଓ ଅମିଷା ପଟେଲଙ୍କୁ ତାରା ଓ ସକିନା ରୂପରେ ଦେଖିବାକୁ ମିଳିଛି। ସେ ଆହୁରି ବି ଲେଖିଛନ୍ତି ଯେ ‘ପୁଣି ଥରେ ଏହି ଦୁଇ ଚରିତ୍ରଙ୍କ ସାକ୍ଷୀ ହେବାକୁ ପ୍ରସ୍ତୁତ ହୋଇଯାଆନ୍ତୁ।’