ବୋହୂ ଆସିବା ପରେ ଘରର ଭାଗ୍ୟ ବଦଳିଛି: ସନ୍ନି ଦେଓଲ

ନୂଆଦିଲ୍ଲୀ: ‘ଦି ଗ୍ରେଟ୍ ଇଣ୍ଡିଆନ୍ କପିଲ୍ ସୋ’ରେ ନଜର ଆସିଥିବା ବବି ଦେଓଲ ଓ ସନ୍ନି ଦେଓଲ ଏହି ସୋ’ରେ ବହୁତ ମଜା କରିଥିବା ଦେଖାଯାଇଥିଲା। ମଜା କରିବା ପରେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଅନେକ ଖୁଲାସା କରିଥିଲେ ଦୁଇ କଳାକାର। ସୁପରଷ୍ଟାର ସନ୍ନି ଦେଓଲ ନିଜ ବୋହୂ ଦ୍ରିଶା ଆଚାର୍ଯ୍ୟଙ୍କୁ ପ୍ରଶଂସା କରିବା ସହ ସେ ଘରକୁ ଆସିବା ପରେ ଭାଗ୍ୟ ବଦଳିଥିବା କଥା କହିଥିଲେ।

ସନ୍ନି ‘ଦି ଗ୍ରେଟ୍ ଇଣ୍ଡିଆନ୍ କପିଲ୍ ସୋ’ରେ କହିଥିଲେ, “୨୩ବର୍ଷ ବିତିଗଲା ଏବଂ ଅନେକ ଘଟଣା ଘଟୁଥିଲା। ଆମେ ଚେଷ୍ଟା କରୁଥିଲୁ। ମୁଁ କେବଳ ଗୋଟିଏ କାମ କରୁ ନଥିଲି, ମୁଁ ଅନେକ କାମ କରୁଥିଲି। ବବି ଏବଂ ବାପା ମଧ୍ୟ କାମ କରୁଥିଲେ। କିନ୍ତୁ, ଯେବେଠୁ ମୋ ପୁଅ ବିବାହ କଲେ ଏବଂ ଗୋଟିଏ ଝିଅ ଘରକୁ ଆସିଲା, ମୁଁ ଜାଣେ ନାହିଁ କେମିତି ସବୁକିଛି ବଦଳିଗଲା। ମୋ ବୋହୂ ଝିଅ ହୋଇ ଘରକୁ ଆସିବା ପ‌ରେ ଆମକୁ ଦର୍ଶକଙ୍କ ଭଲପାଇବା ଓ ଭଲ ଭଲ ପ୍ରୋଜେକ୍ଟ ମିଳିଲା। ମୋତେ ଗଦର-୨, ବାପାଙ୍କୁ ରକି ଔର ରାଣୀ କି ‌ପ୍ରେମ କାହାନୀ ଓ ବବିଙ୍କୁ ଆନିମଲ ଭଳି ଫିଲ୍ମ ମିଳିଥିଲା, ଯାହା ଆମକୁ ଅପୂର୍ବ ସଫଳତା ଆଣି ଦେଇଥିଲା।”

ସମ୍ବନ୍ଧିତ ଖବର