ଏମିତି ଥିଲା ଅଭିନେତା ସନ୍ନି ଦେଓ୍ଵଲ୍‌ଙ୍କ ପ୍ରଥମ ଆଫେୟାର୍ସ

ମୁମ୍ବାଇ : ଦମ୍‌ଦାର୍‌ ଅଭିନୟ କରି ଦର୍ଶକଙ୍କ ହୃଦୟରେ ରାଜ୍‌ କରୁଥିବା ବଲିଉଡର ସିନିଅର୍‌ ଆକ୍ଟର୍‌ ସନ୍ନି ଦେଓ୍ଵଲ୍‌ ପାଳନ କରିଛନ୍ତି ଜନ୍ମଦିନ। ତେବେ ଆଜି ଆମେ ଆପଣଙ୍କୁ  ସନ୍ନିଙ୍କ ସହିତ ଜଡ଼ିତ ଥିବା ଏମିତି କିଛି ରାଜ୍‌ ବିଷୟରେ ଜଣାଇବୁ, ଯାହାକୁ ଆପଣମାନେ ପ୍ରାୟତଃ ଜାଣି ନଥିବେ। ଆଉ ସେହି କଥାଟି ହେଉଛି ସନ୍ନି ଜଣେ ନାୟିକାଙ୍କ ପ୍ରେମକୁ ପ୍ରତ୍ୟାଖ୍ୟାନ କରିଥିଲେ ଓ ପତ୍ନୀ ପୂଜାଙ୍କୁ ଲଣ୍ଡନରେ ଲୁଚାଇ ରଖିଥିଲେ।

ସୂଚନା ଅନୁଯାୟୀ ସନ୍ନି ତାଙ୍କର କ୍ୟାରିଅର୍‌ର ଆରମ୍ଭରୁ ହିଁ ନିଜର ଦମ୍‌ଦାର୍‌ ଅଭିନୟ ବଳରେ ଫିଲ୍ମ ଇଣ୍ଡଷ୍ଟ୍ରିକୁ ବହୁତ ହିଟ୍‌ ଫିଲ୍ମ ଉପହାର ଦେଇଛନ୍ତି। ତେବେ ଏହି ଫିଲ୍ମମାନଙ୍କ ମଧ୍ୟରୁ ‘ଘାୟଲ୍‌’ ଲାଗି ହ୍ୟାଣ୍ଡ୍‌ସମ୍‌ ସନ୍ନି ଦେଓ୍ଵଲ୍‌ଙ୍କୁ ବେଷ୍ଟ୍‍ ଆକ୍ଟର୍‌ର ଆଓ୍ଵାର୍ଡ଼ ମଧ୍ୟ ମିଳିଥିଲା । ହେଲେ ବର୍ଷ ୨୦୦୧ରେ ଆସିଥିବା ‘ଗଦର-ଏକ୍‌ ପ୍ରେମ କଥା’ ସନ୍ନିଙ୍କ କ୍ୟାରିଅର୍‌କୁ ଦେଇଥିଲା ସବୁଠାରୁ ବଡ଼ ସଫଳତା।

ଅମୃତା ମାଆଙ୍କ କଥା ମାନି ଅଭିନେତା ସନ୍ନିଙ୍କ ପରିବାର ବିଷୟରେ ଖୋଳତାଡ଼ କରିବାକୁ ଲାଗିଲେ। ଏହାପରେ ସେ ଏପରି କଥା ଜାଣିବାକୁ ପାଇଲେ, ଯାହାକି ତାଙ୍କ ପାଦ ତଳୁ ମାଟିକୁ ଖସିଗଲା। ଆଉ ସେ କଥାଟି ହେଉଛି ସନ୍ନି ବିବାହିତ। ପୂର୍ବରୁ ସେ ପୂଜାଙ୍କୁ ଇଂଲଣ୍ଡରେ ବିବାହ କରିଛନ୍ତି। ଏହାପରେ ସେମାନଙ୍କ ସଂପର୍କରେ ପୂର୍ଣ୍ଣଛେଦ ପଡ଼ିଥିଲା।

ଆଜି ଆମେ ଆପଣଙ୍କୁ ବଲିଉଡ଼୍‍ର ଏହି ଆକ୍ଟରଙ୍କ ପ୍ରଥମ ଆଫେୟାର୍ସ ବିଷୟରେ ଜଣାଇବୁ। ସନ୍ନିଙ୍କ ଅଭିନୀତ ପ୍ରଥମ ଫିଲ୍ମ ହେଉଛି ‘ବେତାବ୍‌’। ଏହି ଫିଲ୍ମରେ ତାଙ୍କ ବିପକ୍ଷରେ ଅଭିନୟ କରିଥିଲେ ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ଏକ୍ସ୍‍ ଓ୍ଵାଇଫ୍‌ ଅମୃତା ସିଂହ। ଆଉ ଏହି ଦୁଇ ଜଣଙ୍କୁ ମଧ୍ୟ ସେ ସମୟରେ ଦର୍ଶକମାନେ ଖୁବ୍‌ ପସନ୍ଦ କରିଥିଲେ। ଯାହାକି ଫିଲ୍ମ ‘ବେତାବ୍‌’କୁ ସଫଳତାର ସ୍ୱାଦ ଚଖାଇଥିଲା। ତେବେ ଏଇଠି ହିଁ ଆପଣଙ୍କୁ କହିରଖୁଛି କି ଏହି ଫିଲ୍ମର ସୁଟିଂ ସମୟରେ ଅଭିନେତ୍ରୀ ଅମୃତା ହ୍ୟାଣ୍ଡ୍‌ସମ୍‌ ତଥା ଗୁଡ଼୍‍ଲୁକିଙ୍ଗ୍‌ ସନ୍ନିଙ୍କ ପ୍ରତି ଖୁବ୍‌ ଆକର୍ଷିତ ହୋଇପଡ଼ିଥିଲେ। ତେବେ ଅନ୍‌ ସ୍କି୍ରନ୍‌ ସହିତ ଅଫ୍‌ ସ୍କ୍ରିନ୍‌ରେ ମଧ୍ୟ ଏହି ଦୁଇ ଜଣଙ୍କ ମଧ୍ୟରେ ଖୁବ୍‌ ପଟିଲା।ଏହାପରେ ଏହି ଦୁଇ ଯୋଡ଼ି ପରସ୍ପରକୁ ଡ଼େଟ୍‌ କରିଲେ।ଏଥିସହିତ ଏହି ସଂପର୍କକୁ ଏକ ନାମ ଦେବା ପାଇଁ ଅମୃତା ସନ୍ନିଙ୍କୁ ବିବାହ କରିବାକୁ ଚାହିଁଲେ ,ହେଲେ ସନ୍ନି ଏ ନେଇ ଆଦୌ ହେଲେ ବି ରାଜି ହୋଇ ନଥିଲେ।।କାହିଁକିନା ସେ ସେତେବେଳ ତାଙ୍କର କ୍ୟାରିଅର୍‌ ପ୍ରଥମ ପାହାଚରେ ଚଢ଼ୁଥିଲେ।ଏଥିସହିତ ସନ୍ନିଙ୍କ କାନ୍ଧରେ ମଧ୍ୟ ରହିଥିଲା ପରିବାରର ବୋଝ। ଏ ନେଇ ସେ ତାଙ୍କ ଓ ଅଭିନେତ୍ରୀ ଅମୃତାଙ୍କ ସଂପର୍କକୁ ସମସ୍ତଙ୍କ ପାଖରୁ ଲୁଚେଇ ରଖିବାକୁ ଚାହୁଁଥିଲେ।

ହେଲେ ଏ ନେଇ ଅମୃତାଙ୍କ ନିଷ୍ପତ୍ତିରେ ତାଙ୍କ ମା’ ବି ଆଦୌ ଖୁସି ନଥିଲେ। କାହିଁକିନା ସେ ଚାହୁଁଥିଲେ ଝିଅ ଅମୃତା କୌଣସି ଏକ ବଡ଼ ଖାନ୍‌ଦାନ୍‌ ଘରେ ବିବାହ କରୁ। ତେଣୁ ଅମୃତା ମାଆଙ୍କ କଥା ମାନି ଅଭିନେତା ସନ୍ନିଙ୍କ ପରିବାର ବିଷୟରେ ଖୋଳତାଡ଼ କରିବାକୁ ଲାଗିଲେ। ଏହାପରେ ସେ ଏପରି କଥା ଜାଣିବାକୁ ପାଇଲେ, ଯାହାକି ତାଙ୍କ ପାଦ ତଳୁ ମାଟିକୁ ଖସିଗଲା। ଆଉ ସେ କଥାଟି ହେଉଛି ସନ୍ନି ବିବାହିତ। ପୂର୍ବରୁ ସେ ପୂଜାଙ୍କୁ ଇଂଲଣ୍ଡରେ ବିବାହ କରିଛନ୍ତି। ଏହାପରେ ସେମାନଙ୍କ ସଂପର୍କରେ ପୂର୍ଣ୍ଣଛେଦ ପଡ଼ିଥିଲା। ଏହାପରେ ସନ୍ନିଙ୍କ ନାମ ସହିତ ଅନ୍ୟ ଏକ ଅଭିନେତ୍ରୀ ଡ଼ିମ୍ପଲ୍‌ କପାଡ଼ିଆ ନାମ ସହିତ ଯୋଡ଼ା ହୋଇଥିଲା।

ସମ୍ବନ୍ଧିତ ଖବର