୩୭ଦିନରୁ ୨୮ ଦିନ ଅନୁପସ୍ଥିତ, ମୋଦୀଙ୍କ ତାଗିଦ୍‌ ପରେ ମଧ୍ୟ ସଂସଦରେ ଉପସ୍ଥିତ ରହୁ ନାହାନ୍ତି ସନ୍ନି ଦେଓଲ

ନୂଆଦିଲ୍ଲୀ : କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜେପି ସଂସଦୀୟ ଦଳ ବୈଠକରେ ସଂସଦରେ ସାଂସଦମାନଙ୍କ ଅନୁପସ୍ଥିତିକୁ ନେଇ ଆଲୋଚନା କରିଥିଲେ । ଆଗାମୀ ଦିନରେ ସଂସଦରେ ଅନୁପସ୍ଥିତ ରହିବାର କୌଣସି ବାହାନା ଶୁଣାଯିବ ନାହିଁ ବୋଲି କହିଥିଲେ ମୋଦୀ । କିନ୍ତୁ ମୋଦୀଙ୍କ ତାଗିଦ୍‌ ପରେ ମଧ୍ୟ ବଲିଉଡ୍‌ ଅଭିନେତା ତଥା ଗୁରୁଦାସପୁରରୁ ବିଜେପି ସାଂସଦ ଥିବା ସନ୍ନି ଦେଓଲ ସଂସଦରେ ଅନପସ୍ଥିତ ରହିଥିବା ଦେଖା ଯାଇଛି । ୩୭ଦିନ ମଧ୍ୟରୁ ସେ ୨୮ଦିନ ସଂସଦରେ ଅନୁପସ୍ଥିତ ରହିଥିବା ଜଣା ପଡ଼ିଛି । ଏ ପର୍ଯ୍ୟନ୍ତ ସେ ସର୍ବମୋଟ ୯ଟି ବୈଠକରେ ଭାଗ ନେଇଥିବା ଜଣା ପଡ଼ିଛି ।

Image result for sunny deol
Times of India

ସୂଚନା ମୁତାବକ, ସାଂସଦ ଭାବେ ନିର୍ବାଚିତ ହେବା ପରଠାରୁ କୌଣସି ନା କୌଣସି କାରଣ ପାଇଁ ସନ୍ନି ଦେଓଲ ବିବାଦରେ ରହି ଆସିଛନ୍ତି । ପ୍ରଥମେ କୌଣସି କାମ ନ କରି ବୁଲୁଥିବାର ଅଭିଯୋଗ ଲୋକେ ଆଣିଥିବା ବେଳେ ପରେ ସଂସଦରେ ଅନୁପସ୍ଥିତ ରହିବା କାରଣରୁ ତାଙ୍କୁ ଅନେକ ଥର ଟ୍ରୋଲ କରାଯାଇ ସାରିଛି ।

ସମ୍ବନ୍ଧିତ ଖବର