ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ବଲିଉଡ୍ ଅଭିନେତା ସନ୍ନି ଦେଓଲ : ମୋଦି କହିଲେ, ହିନ୍ଦୁସ୍ତାନ ଜିନ୍ଦାବାଦ ଥିଲା, ଜିନ୍ଦାବାଦ ରହିବ

ଅମ୍ରିତସର : ବଲିଉଡ଼ର ଲୋକପ୍ରିୟ ଅଭିନେତା ସନ୍ନି ଦେଓଲ ନିକଟରେ ବିଜେପିରେ ଯୋଗଦେଇଛନ୍ତି । ଆଉ ଆଜି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଏ ସାକ୍ଷାତ ବିଷୟରେ ଟ୍ୱିଟ କରିଛନ୍ତି । ସନି ଦେଓଲ ଜଣେ  ନମ୍ର ତଥା ଦେଶପ୍ରେମୀ ମଣିଷ ବୋଲି କହିଛନ୍ତି ମୋଦି । ପଂଜାବର ଗରୁଦାସପୁରରୁ ସେ ବିଜୟ ଲାଭ କରିବେ ବୋଲି ଅଶା ରହିଛି । ମୋଦି ସନ୍ନିଙ୍କ ସିନେମା ଗଦରର ଲୋକପ୍ରିୟ ଡାଇଲଗ ମଧ୍ୟ ଟ୍ୱିଟ କରି ଲେଖିଛନ୍ତି, ଆମ ମତରେ ହିନ୍ଦୁସ୍ତାନ ଜିନ୍ଦାବାଦ ଥିଲା, ଜିନ୍ଦାବାଦ ରହିବ ।

ସୂଚନା ଅନୁସାରେ ସନ୍ନି ଦେଓଲ ଆଜି ରାତି ଅମ୍ରିତସରରେ ରାତ୍ରୀ ଯାପନ କରିବେ । ଆସନ୍ତାକାଲି ସକାଳେ ଗୁରୁଦାସପୁର ପାଇଁ ନାମାଙ୍କନ ଭରିବେ । ଆଜି ସେ ଅମୃତସର ସ୍ଵର୍ଣ ମନ୍ଦିର ଦର୍ଶନ କରିବେ ଏବଂ ଆସନ୍ତକାଲି ସକାଳ ୧୧ଟାରେ ନାମାଙ୍କନ ପତ୍ର ଦାଖଲ କରିବେ । ସୂଚନାଯୋଗ୍ୟ ବିଜେପିରେ ସାମିଲ ହେବାପରେ ସନ୍ନି ଦେଓଲଙ୍କୁ ପଞ୍ଜାବ ଗୁରଦାସପୁର ଟିକେଟ ଦିଆଯାଇଥିଲା । ସନି ଦେଓଲ ନିକଟରେ ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ ଶାହଙ୍କୁ ମଧ୍ୟ ସାକ୍ଷାତ କରିଥିଲେ ।

ସମ୍ବନ୍ଧିତ ଖବର