ନୂଆଦିଲ୍ଲୀ: ଦେୱଲ ପରିବାର ସୋସିଆଲ ମିଡିଆ ମାଧ୍ୟମରେ ନିଜର ମନର ଭାବନାକୁ ପ୍ରାୟତଃ ସେୟାର କରିଥାଆନ୍ତି। ନିକଟରେ ସନ୍ନି ଦେୱଲ ତାଙ୍କ ପିତାଙ୍କ ପାଇଁ ଏକ ପୋଷ୍ଟ ସେୟାର କରିଛନ୍ତି। ଏଥିରେ ସେ ତାଙ୍କ ବାପାଙ୍କୁ ଖୁବ ମନେପକାଉଥିବା କଥା ଉଲ୍ଲେଖ କରିଛନ୍ତି।

Advertisment

ସନ୍ନି ବାପା ଧର୍ମେନ୍ଦ୍ରଙ୍କ ଦୁଇଟି ଫଟୋ ସେୟାର କରିଛନ୍ତି। ଗୋଟିଏ ଫଟୋରେ ଧର୍ମେନ୍ଦ୍ର ଏକ ଚେୟାରରେ ବସିଥିବାର ନଜର ଆସୁଥିବା ବେଳେ ଦ୍ୱିତୀୟ ଫଟୋରେ ସେ ଚେୟାରର ପାଖରେ ଛିଡ଼ା ‌ହୋଇଥିବା ଦେଖିବାକୁ ମିଳୁଛି। ଏଥିରେ ସେ ନୀଳ ଏବଂ ବାଦାମୀ ରଙ୍ଗର ପୋଷାକ ପିନ୍ଧିଥିବା ବେଳେ ଟୋପି ବି ପିନ୍ଧିଥିବା ଦେଖିବାକୁ ମିଳୁଛି। ଫଟୋର କ୍ୟାପସନରେ ସନ୍ନି ଦେୱଲ ଲେଖିଛନ୍ତି – ବାପା ମୁଁ ତୁମକୁ ଖୁବ ମନେ ପକାଉଛି। 

ୱାର୍କ ଫ୍ରଣ୍ଟ କଥା କହିବାକୁ ଗଲେ ସନ୍ନି ଦେୱଲଙ୍କୁ ଶେଷଥର ପାଇଁ ‘ଗଦର ୨’ ଫିଲ୍ମରେ ଦେଖିବାକୁ ମିଳିଥିଲା। ଏହି ଫିଲ୍ମଟି ଏକ ବ୍ଲକ୍ ବଷ୍ଟର୍ ହିଟ୍ ରହିଥିଲା। । ଏହି ଫିଲ୍ମରେ ଅମିଶା ପଟେଲ ବି ନଜର ଆସିଥିଲେ। ସନି ଦେୱଲଙ୍କ ହାତରେ ଏବେ ଅନେକ ଫିଲ୍ମ ଥିବା ପ୍ରକାଶିତ ରିପୋେର୍ଟରୁ ସୂଚନା ମିଳିଛି। 

ଅଧିକପଢ଼ନ୍ତୁ: https://sambad.in/entertainment/salman-khan-should-apologise-to-lawrence-bishnoirakesh-tikait-7366384