ମୁମ୍ବାଇ: ସନ୍ନି ଦେଓଲ ଓ ଅମିଷା ପଟେଲ୍ଙ୍କ ବହୁ ଲୋକପ୍ରିୟ ଚଳଚ୍ଚିତ୍ର ‘ଗଦର: ଏକ୍ ପ୍ରେମ୍ କଥା’ ଆପଣ ଦେଖିଥିବେ ନିଶ୍ଚୟ। ଆପଣ ଏକଥା ବି ଜାଣନ୍ତି ଯେ ଦୀର୍ଘ ୨୨ ବର୍ଷ ପରେ ଏହି ଫିଲ୍ମର ସିକ୍ୟୁଏଲ୍ ବା ଗଦର-୨ ଆସିବାକୁ ଯାଉଛି। ଏ ନେଇ ନିର୍ଦ୍ଦେଶକ ଅନୀଲ ଶର୍ମା କହନ୍ତି ଯେ ‘ମୁଁ ସେପରି ନିର୍ଦ୍ଦେଶକ ନୁହେଁ ଯେ ‘ଗଦର’ର ନାମ ଭିତରେ କୌଣସି ବି କାହାଣୀ ପୂରାଇ ଦେବି। ଫିଲ୍ମଟିର ପୂର୍ବ ଗଦର ସହ ସଂଯୋଗ ରହିଛି। ଏପରିକି ଏହି ଫିଲ୍ମଟିର ପ୍ରଥମ ଦିନ ଯେତେବେଳେ ସମସ୍ତେ ସୁଟିଂ ସେଟ୍ରେ ପହଞ୍ଚିଲେ ତ ମେସାନଙ୍କୁ ଲାଗିଲା କି ସେମାନେ ୨୦ ବର୍ଷ ତଳକୁ ଫେରିଯାଇଛନ୍ତି। ସେହି ସେଟ୍ରେ ପୁଣି ଥରେ ପୁରୁଣା ଗେଟ୍-ଅପ୍ରେ ଆସିବା ପରେ ସନ୍ନିଙ୍କ ଆଖିରେ ଲୁହ ଆସି ଯାଇଥଲା, ଅମିଷାଙ୍କ ଆଖିରେ ବି। ଫିଲ୍ମରେ ସେମାନଙ୍କ ପୁଅ ଭୂମିକା ନିଭାଇଥିବା ଉତ୍କର୍ଷ ଏବେ ବଡ଼ ହୋଇସାରିଛନ୍ତି। ସେ ବି ସେଟ୍ରେ ଭାବପ୍ରବଣ ହୋଇ ପଡ଼ିଥିଲେ। ସମସ୍ତ କଳାକାରଙ୍କୁ ଏକଜୁଟ୍ କରାଇ ଫିଲ୍ମଟିକୁ କରିବା ବହୁତ କଷ୍ଟକର ଥିଲା। ୪-୫ ମାସ ଲାଗିବ ବୋଲି ଭାବିଥିବା ବେଳେ ମୋତେ ସୁଟ୍ କରିବାକୁ ପୂରା ୧ ବର୍ଷ ଲାଗିଗଲା।’
View this post on Instagram
ତେବେ ଦୀର୍ଘ ୨୨ ବର୍ଷ ପରେ ପୁଣି ଥରେ ଫେରୁଛି ‘ଗଦର୍’। ଏଥିରେ କିଛି କଳାକାରମାନଙ୍କୁ ବି ବଦଳାଇ ଦିଆଯାଇଛି। ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ସନ୍ନି ଦେଓଲ ୨୦୦୧ ମସିହାରେ ରିଲିଜ୍ ହୋଇଥିବା ତାଙ୍କର ଏହି ବହୁଚର୍ଚ୍ଚିତ ଫିଲ୍ମଟିକୁ ପୁଣି ଥରେ ପରଦାରେ ଦେଖିବାକୁ ମିଳିବ। ଆଉ ସବୁଠାରୁ ବଡ଼ କଥା ହେଲା ଏଥିରେ ତାରା ସିଂହ ଓ ସକିନାଙ୍କ ଭୂମିକାରେ ପୁଣି ଥରେ ଅବତୀର୍ଣ୍ଣ ହେବାକୁ ଯାଉଛନ୍ତି ସନ୍ନି ଦେଓଲ ଓ ଅମିଷା ପଟେଲ୍।
ଭାଲେଣ୍ଟାଇନ୍ ଡେ ଅବସରରେ ନିର୍ଦ୍ଦେଶକ ଅନୀଲ ଶର୍ମା ଫିଲ୍ମଟିର ଏକ ମୋସନ ପୋଷ୍ଟ୍ ରିଲିଜ୍ କରିଛନ୍ତି। ଯେଉଁଥିରେ ସନ୍ନି ଦେଓଲ ଓ ଅମିଷା ପଟେଲଙ୍କୁ ତାରା ଓ ସକିନା ରୂପରେ ଦେଖିବାକୁ ମିଳିଛି। ସେ ଆହୁରି ବି ଲେଖିଛନ୍ତି ଯେ ‘ପୁଣି ଥରେ ଏହି ଦୁଇ ଚରିତ୍ରଙ୍କ ସାକ୍ଷୀ ହେବାକୁ ପ୍ରସ୍ତୁତ ହୋଇଯାଆନ୍ତୁ।’