ମୁମ୍ବାଇ: ଗତବର୍ଷ ବଲିଉଡ୍ ଅଭିନେତା ସନ୍ନି ଦେଓଲ ଯେପରି ଭାବେ ସିନେ ଜଗତକୁ ଫେରିଛନ୍ତି, ତାହା ସବୁବେଳେ ସିନେ ପ୍ରେମୀଙ୍କ ମନେ ରହିବ। ‘ଗଦର-୨’ର ଜବରଦସ୍ତ ସଫଳତା ପରେ ଅଭିନେତା ଏବେ ତାଙ୍କର ପ୍ରଶଂସକମାନଙ୍କର ଅନ୍ୟ ଏକ ସିନେମା ଜରିଆରେ ମନୋରଞ୍ଜନ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଜାଣିବାକୁ ମିଳିଛି ଯେ ଆଜିକାଲି ସନ୍ନି ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ସଫର’ର ସୁଟିଂ କାର୍ଯ୍ୟ ଆରମ୍ଭ କରି ଦେଇଛନ୍ତି। ସିନେମାର ଅଧିକାଂଶ ଭାଗ ସୁଟ୍ ହୋଇସାରିଛି। ଏବେ ଫିଲ୍ମର ବାକି ଭାବ ମୁମ୍ବାଇରେ ହିଁ ସୁଟିଂ ହେଉଛି।
ଏବେ ଏହି ସିନେମା ସହ ଜଡ଼ିତ ଏକ ଜବରଦସ୍ତ ଖବର ହସ୍ତଗତ ହୋଇଛି। ଜାଣିବାକୁ ମିଳିଛି ଯେ ଏହି ସିନେମାରେ ସନ୍ନିଙ୍କ ସହ ଦବଙ୍ଗ ବୟ ସଲ୍ମାନ ଖାନ୍ ବି କାମ କରିବେ। ତେବେ ରିପୋର୍ଟରୁ ପ୍ରକାଶ ଯେ ସଲ୍ମାନ ଏଯାଏ କିନ୍ତୁ ସୁଟିଂ କାର୍ଯ୍ୟ ଆରମ୍ଭ କରିନାହାନ୍ତି। ସେ ଖୁବ୍ ଶୀଘ୍ର ‘ସଫର୍’ ପାଇଁ ସୁଟ୍ କାର୍ଯ୍ୟ ଆରମ୍ଭ କରିବାକୁ ଯାଉଛନ୍ତି ବୋଲି ସୂଚନା ରହିଛି।
ଜାଣିବାକୁ ମିଳିଛି ଯେ ଆଗାମୀ ୧୨-୧୩ ତାରିଖରୁ ସଲ୍ମାନ ଏହି ସିନେମା ପାଇଁ ସୁଟିଂ ଆରମ୍ଭ କରିବେ। ଆପଣ ଜାଣିଥିବେ ନିଶ୍ଚୟ ଯେ ସଲ୍ମାନ ଓ ସନ୍ନି ପ୍ରଥମେ ୧୯୯୬ ମସିହାରେ ‘ଜିତ୍’ ସିନେମାରେ ନିଜର ଆସିଥିଲେ। ତାଙ୍କର ଏହି ସିନେମାରେ ଅଭିନେତ୍ରୀ କରିସ୍ମା କପୁରଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା। ଏବେ ପୁଣି ଥରେ ଏହି ଦୁଇ ଅଭିନେତାଙ୍କୁ ଏକତ୍ର ପରଦାରେ ଦେଖିବାକୁ ମିଳିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/01/a5ab9edc-0be6-4aa7-8256-4b0d2b6fc4d7.jpg)