ବାଣ କାରଖାନାରେ ନିଆଁ ଲାଗିଥିବା ଶୁଣି ପୁଅର ଟ୍ରେଲର ଲଞ୍ଚ ଛାଡ଼ି ଗୁରୁଦାସପୁରରେ ପହଞ୍ଚିଲେ ସନ୍ନି ଦେଓଲ

ମୁମ୍ବାଇ : ସେପ୍ଟେମ୍ବର ୫ରେ ସନ୍ନି ଦେଓଲଙ୍କ ନିର୍ଦ୍ଦେଶିତ ଫିଲ୍ମ ପଲ୍‌ ପଲ୍‌ ଦିଲ୍‌ କେ ପାସ୍‌ର ଟ୍ରେଲର ଲଞ୍ଚ ରଖାଯାଇଥିଲା । ଫିଲ୍ମଟି ସନ୍ନିଙ୍କ ପୁଅ କରଣଙ୍କ ବଲିଉଡ୍‌ ଡେବ୍ୟୁ ହୋଇଥିଲେ ମଧ୍ୟ ଟ୍ରେଲର ଲଞ୍ଚରେ ଯୋଗ ଦେଇ ପାରି ନଥିଲେ ସନ୍ନି । କାରଣ ତାଙ୍କୁ ତାଙ୍କର ପ୍ରଥମ କର୍ତ୍ତବ୍ୟ ସଂପାଦନ କରିବାର ଥିଲା । ଗୁରୁଦାସପୁରର ସାଂସଦ ହିସାବରେ ସେ ନିଜ ପରିବାର କଥା ଛାଡ଼ି ଗୁରୁଦାସପୁର ଲୋକଙ୍କ କଥା ଆଗ ବୁଝିବାକୁ ପହଞ୍ଚିଥିଲେ ।

ସୂଚନା ମୁତାବକ, ବୁଧବାର ଗୁରୁଦାସପୁରରେ ଥିବା ବଟାଲାର ଏକ ବାଣ ଫ୍ୟାକ୍ଟ୍ରୀରେ ବିସ୍ଫୋରଣ ହେବାରୁ ଅନେକ ଲୋକ ମୃତାହତ ହୋଇଥିଲେ । ପାଖାପାଖି ୨୩ଜଣ ମୃତ୍ୟୁବରଣ କରିଥିବା ବେଳେ ଅନେକ ଆହତ ହୋଇ ଡାକ୍ତରଖାନାରେ ପଡ଼ିଥିବା ଖବର ଶୁଣି ତୁରନ୍ତ ଗୁରୁଦାସପୁରରେ ପହଞ୍ଚିଥିଲେ ସନ୍ନି । ସେଠାରେ ପହଞ୍ଚି ଲୋକଙ୍କ କଥା ବୁଝିବା ସହ ସେମାନଙ୍କୁ ସହାୟତା କରିଥିଲେ । ଅନ୍ୟ ପକ୍ଷରେ, କରଣଙ୍କ ଫିଲ୍ମର ଟ୍ରେଲର ଲଞ୍ଚରେ ସନ୍ନିଙ୍କ ସ୍ଥାନ ପୂରଣ କରିଥିଲେ ଧର୍ମେନ୍ଦ୍ର ।

ସମ୍ବନ୍ଧିତ ଖବର