୨୦୦୦ ଟଙ୍କାର ଋଣ ନେଲେ ସନ୍ନି!

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସନ୍ନି ଲିଓନଙ୍କ ସହ ଏକ ବଡ ଠକେଇ ଘଟିଛି। ସନ୍ନି ଲିଓନ ଦାବି କରିଛନ୍ତି ଯେ ଜଣେ ବ୍ୟକ୍ତି ତାଙ୍କ ପ୍ୟାନ କାର୍ଡର ଅପବ୍ୟବହାର କରି ୨୦୦୦ ଟଙ୍କା ଋଣ ନେଇଥିଲେ ଏବଂ ଏହି କାରଣରୁ ତାଙ୍କର କ୍ରେଡିଟ ସ୍କୋର ମଧ୍ୟ ପ୍ରଭାବିତ ହୋଇଛି। ବାସ୍ତବରେ ସନ୍ନି ଲିଓନ ତାଙ୍କ ଟ୍ୱିଟର ଆକାଉଣ୍ଟରେ ଏକ ପୋଷ୍ଟ କରିଛନ୍ତି। ଏହି ପୋଷ୍ଟରେ ସନ୍ନି ଲିଓନ ଅଭିଯୋଗ କରିଛନ୍ତି ଯେ ତାଙ୍କ ପ୍ୟାନ କାର୍ଡ ବ୍ୟବହାର କରି ଧନି ଆପରୁ ଋଣ ନିଆଯାଇଛି।

ଏହି ଋଣର ପରିମାଣ ୨୦୦୦ ଟଙ୍କା ହୋଇଥିବାବେଳେ ସେ ଅଭିଯୋଗ କରିଛନ୍ତି ଯେ ଏହି କାରଣରୁ ତାଙ୍କର ସିବିଲ ସ୍କୋର ହ୍ରାସ ପାଇଛି | ଏହା ସହିତ ସନ୍ନି ଲିଓନି ଇଣ୍ଡିଆବୁଲ୍ସ ହୋମ ଲୋନ ଏବଂ ଇଣ୍ଡିଆବୁଲ୍ସ ସିକ୍ୟୁରିଟିଜ୍ ମଧ୍ୟ ଟ୍ୟାଗ୍ କରିଛନ୍ତି, ଯେଉଁମାନେ ଧନି ଆପ୍ ପରିଚାଳନା କରନ୍ତି |


ଏହି ପ୍ରସଙ୍ଗରେ ତାଙ୍କୁ ସାହାଯ୍ୟ କରାଯାଉ ନାହିଁ ବୋଲି ସନ୍ନି ଲିଓନ ପ୍ରଥମେ ଅଭିଯୋଗ କରିଥିଲେ । ତେବେ କିଛି ସମୟ ପରେ ସନ୍ନି ଲିଓନ ମଧ୍ୟ ଏହି ପୋଷ୍ଟକୁ ଡିଲିଟ କରିଦେଇଥିଲେ | ଏହା ପରେ ସନ୍ନି ଲିଓନଙ୍କର ଏକ ନୂଆ ଟୁଇଟ୍ ଆସିଲା | ଏଥର ସେ ଇଣ୍ଡିଆବୁଲ୍ସଙ୍କୁ ଧନ୍ୟବାଦ ଦେଇଥିଲେ ।

ସମ୍ବନ୍ଧିତ ଖବର