ପ୍ରଥମ ରୋଜଗାରରୁ କି ମହତ କାମ କରିଥିଲେ ସନ୍ନି ଲିଓନ୍‌ ?

ମୁମ୍ବାଇ: ଅନ୍ତର୍ଜାତୀୟ ପର୍ଣ୍ଣଷ୍ଟାରରୁ ବଲିଉଡ୍‌ ଷ୍ଟାର୍‌ ବନିଥିବା ଅଭିନେତ୍ରୀ ସନ୍ନି ଲିଓନ୍‌ ଏବେ ନିଜର ବାୟୋପିକ୍‌ ଫିଲ୍ମ ‘କରଣଜିତ୍‌’:ଦ ଅନ୍‌ଟୋଲଡ୍‌ ଷ୍ଟୋରି ଅଫ୍‌ ସନ୍ନି ଲିଓନ୍‌’ ପାଇଁ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମରେ ନିଜେ ସନ୍ନି ଲିଓନ୍‌ ଟାଇଟଲ୍‌ ରୋଲ୍‌ ରେ ନଜର ଆସିବେ।
ଡିଜିଟାଲ୍‌ ଫର୍ମରେ ରିଲିଜ୍‌ ହୋଇଥିବା ଏହି ଓବ୍‌ ସିରିଜ୍‌ରେ ସନ୍ନି ଲିଓନଙ୍କ ଜୀବନର ଅନେକ କଥାର ଖୁଲାସା ହୋଇଛି। ଏମିତି ଏକ କଥା ହେଲା ତାଙ୍କର ପ୍ରଥମ ରୋଜଗାର। ଯେତେବେଳେ ସନ୍ନି ଲିଓନ କାମ କରିବା ଆରମ୍ଭ କରିଥିଲେ, ସେତେବଳେ ତାଙ୍କ ପରିବାରର ଆର୍ଥିକ ସ୍ଥିତି ଭଲ ନ ଥିିଲା। ଘର ଚଳାଇବା ପାଇଁ ସନ୍ନିଙ୍କ ମାଆ ନିଜର ମଙ୍ଗଳସୂତ୍ରକୁ ବନ୍ଧା ପକାଇଥିଲେ।
ସନ୍ନି ଲିଓନ୍‌ ନିଜର ପ୍ରଥମ ରୋଜଗାରରେ ମାଆଙ୍କର ବନ୍ଧା ପଡ଼ିଥିବା ମଙ୍ଗଳସୂତ୍ର ମୁକୁଳାଇଥିଲେ। ଏବେ ଆପଣ ଜାଣିବାକୁ ଚାହିଁବେ ତାଙ୍କୁ ପ୍ରଥମ ରୋଜଗାରରେ କେତେ ଟଙ୍କା ମିଳିଥିଲା? ସନ୍ନି ଲିଓନ୍‌ ‘ପେଣ୍ଟ ହାଉସ୍‌’ ମାଗାଜିନ୍‌ ପାଇଁ ବୋଲ୍‌ଡ ଫଟୋ ସୁଟ୍‌ କରି ଏକ ହଜାର ଡଲାର୍‌ ପାଇଥିଲେ। ଏହା ଥିଲା ତାଙ୍କର ପ୍ରଥମ ଆୟ। ଏଥିରୁ ୪୦ ଡଲାର୍‌ ନେଇ ସେ ମାଆଙ୍କର ମଙ୍ଗଳସୂତ୍ରକୁ ମୁକୁଳାଇଥିଲେ।


ସେତେବେଳକୁ ସନ୍ନିଙ୍କ ବାପା ମାଆ ଜାଣି ନଥିଲେ ଯେ ଝିଅ ବୋଲ୍‌ଡ ଫଟୋ ସୁଟ୍‌ କରି ଅର୍ଥ ରୋଜଗାର କରୁଛି। ‘ପେଣ୍ଟହାଉସ୍‌’ ପରେ ସନ୍ନିଙ୍କ ପାଖକୁ ବିଭିନ୍ନ ମାଗାଜିନ୍‌ ପାଇଁ ବୋଲ୍‌ଡ ଫଟୋ ସୁଟ୍‌ର ଅଫର୍‌ ଆସିଥିଲା। ଏଥିମଧ୍ୟରୁ ସେ ‘ଚେରି’ ଓ ‘ମିଷ୍ଟିକ୍‌’ ମାଗାଜିନ୍‌ ପାଇଁ ମଧ୍ୟ ହଟ୍‌ ଫଟୋ ଉଠାଇଥିଲେ।

ସମ୍ବନ୍ଧିତ ଖବର