ସନ୍ନିଙ୍କୁ ତାଙ୍କ ପ୍ରଶଂସକଙ୍କ ଠାରୁ ବଞ୍ଚାଇବା ପାଇଁ ବଳପୂର୍ବକ ବନ୍ଦ କରି ଦିଆଗଲା ସୋ’ରୁମ୍‌ର ସଟର, ତା’ ପରେ ଘଟିଥିବା ଘଟଣା କେବେ ବି ଭୁଲି ପାରିବେନି ସନ୍ନି

ମୁମ୍ବାଇ: ମୁମ୍ବାଇର ଏକ ସୋ’ରୁମ୍‌ର ଶୁଭାରମ୍ଭ କରିବାକୁ ପହଞ୍ଚିଥିଲେ ବଲିଉଡ୍‌ ଅଭିନେତ୍ରୀ ସନ୍ନି ଲିଓନି । କିନ୍ତୁ ସେଠାକୁ ଯିବା ପରେ ତାଙ୍କ ସହ ଯେଉଁ ଘଟଣା ଘଟିଲା ତା’ହା ବୋଧହୁଏ ସେ କେବେ ଭୁଲି ପାରିବେନି । ସୋ’ରୁମ୍‌ର ଶୁଭାରମ୍ଭ କରିବା ପାଇଁ ସନ୍ନି ଆସୁଥିବା ଜାଣି ତାଙ୍କ ପ୍ରଶଂସକମାନେ ବାହାରେ ଭିଡ଼ ଜମାଇଥିଲେ । ତାଙ୍କ ସହ ସେଲ୍‌ଫି ନେବା ପାଇଁ ପ୍ରଶଂସକମାନଙ୍କ ଭିଡ଼ ନିୟନ୍ତ୍ରଣ ବାହାରେ ହୋଇ ଯାଇଥିଲା । ଏଭଳି ପରିସ୍ଥିତିରେ ସନ୍ନିଙ୍କ ସୋ’ରୁମ୍‌ର ବାହାରକୁ ବାହାରିବା ଅସମ୍ଭବ ହୋଇ ପଡ଼ିଥିଲା । ବାହାରେ ଲାଗିଥିବା ଭିଡ଼କୁ କମ କରିବା ପାଇଁ ସୋ’ରୁମ୍‌ର ମାଲିକ ତରବରିଆ ଭାବରେ ସୋ’ରୁମ୍‌ର ସଟର ବନ୍ଦ କରି ଦେଇଥିଲେ । ଯେତେବେଳେ ଭିଡ଼ କମିଥିଲା ସେତେବେଳେ ସଟରକୁ ଖୋଲିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାହା ଖୋଲି ନଥିଲା ।

Zee News

ସଟରଟି ଆପେ ଆପେ ଖୋଲିବା ସହ ବନ୍ଦ ହେଉଥିବା ବେଳେ ଏହାକୁ ବଳପୂର୍ବକ ବନ୍ଦ କରି ଦିଆଯାଇଥିବାରୁ ତାହା ଲକ୍‌ ହୋଇଯାଇଥିଲା । ଯାହା ଫଳରେ ସଟର ଆଉ ଖୋଲି ନଥିଲା । ସୋ’ରୁମ୍‌ର ମାଲିକଙ୍କ ଏହି ଭୁଲ ପାଇଁ ସନ୍ନିଙ୍କୁ ଏକ ଘଣ୍ଟାରୁ ଅଧିକ ସମୟରେ ସୋ’ରୁମ୍‌ ଭିତରେ ରହିବାକୁ ପଡ଼ିଥିଲା । ତାଙ୍କ ସହ ତାଙ୍କ ସ୍ୱାମୀ ଡ଼ାନିଏଲ ମଧ୍ୟ ଥିଲେ । ପରେ ପୂରା ସୋ’ରୁମ୍‌ର ଲାଇଟ୍‌ ବନ୍ଦ କରାଯାଇ ସଟରକୁ ରିସେଟ୍‌ କରାଯାଇଥିଲା । ଯାହାକୁ ଠିକ୍‌ କରିବାରେ ଏକ ଘଣ୍ଟାରୁ ଅଧିକ ସମୟ ଲାଗିଥିଲା । ଏକ ଘଣ୍ଟା ତାଙ୍କ ସ୍ୱାମୀ ଏବଂ ସନ୍ନି ଅନ୍ଧାରରେ ସୋ’ରୁମ୍‌ ଭିତରେ ଫସି ରହିଥିଲେ । ଏହି ଘଟଣା ବୋଧହୁଏ ସେ କେବେ ଭୁଲି ପାରିବେ ନାହିଁ।

ସମ୍ବନ୍ଧିତ ଖବର