ମତ୍ସ୍ୟକନ୍ୟା ହେଲେ ସନି ଲିୟନି

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ସନି ଲିୟନି ବଲିଉଡ ଜଗତରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି | କିଛି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିବା ସହ ଆଇଟମ ଗୀତରେ ସନିଙ୍କ ଡ୍ୟାନ୍ସ ଜଲବା ପାଇଁ ତାଙ୍କର ଚାହିଦା ବଢ଼ିବାରେ ଲାଗିଛି | ତିନିଟି ପିଲାଙ୍କ ମା ସନି ନିଜର ଅଭିନୟ ଓ ପରିବାରକୁ ସମୟ ଦେଉଥିବାବେଳେ ଏବେ ଦୁଇଟି ମତ୍ସ୍ୟକନ୍ୟା ସାଜିଥିବା ଫଟୋ ସେୟାର କରିଛନ୍ତି |

ନିଜ ଇନ୍ସଟାଗ୍ରାମରେ ସନି ସେୟାର କରିଥିବା ଏହି ଫଟୋକୁ ପ୍ରଶଂସକମାନେ ଖୁବ ପସନ୍ଦ ମଧ୍ୟ କରିଛନ୍ତି | ସୁଦୃଶ୍ୟ ଜଳପ୍ରପାତ ସାମ୍ନାରେ ସନି ଏହି ଫଟୋସୁଟ କରିଥିବାବେଳେ ଫ୍ୟାନ୍ସମାନେ କମେଣ୍ଟ ଦେବାରେ ଲାଗିଛନ୍ତି |

ଜଣେ ପ୍ରଶଂସକ ଲେଖିଛନ୍ତି ଯେ ସେ କେବେ ବି ମତ୍ସ୍ୟକନ୍ୟା ଦେଖିନାହାନ୍ତି କିନ୍ତୁ ତାଙ୍କୁ ଲାଗୁଛି ସନି ମତ୍ସ୍ୟକନ୍ୟାଠାରୁ ବି ଢେର ସୁନ୍ଦର | ବର୍ତ୍ତମାନ ସନି ଟିଭି ସୋ ସପ୍ଲିଟଭିଲାରେ ବ୍ୟସ୍ତ ଥିବାବେଳେ ଖୁବ ଶୀଘ୍ର ଫିଲ୍ମ ‘ଅର୍ଜୁନ ପଟିଆଲା’ ରେ ନଜର ଆସିବେ |

ସମ୍ବନ୍ଧିତ ଖବର