ଘୋଡାଚଢ଼ା ଓ ଖଣ୍ଡାବୁଲା ଶିଖୁଛନ୍ତି ସନ୍ନି ଲିଓନ୍‌

ମୁମ୍ବାଇ: ବଲିଉଡ଼ର ସେକ୍ସି ଗର୍ଲ ସନ୍ନି ଲିଓନ୍‌ ଏବେ ଟଲିଉଡ଼ ମୁହାଁ ହୋଇଛନ୍ତି । ନିକଟରେ ସେ ଏକ ତେଲୁଗୁ ସିନେମାରେ ଅଭିନୟ କରିବେ ବୋଲି ଜଣା ପଡ଼ିଛି । ଫିଲ୍ମର ଟାଇଟଲ ଘୋଷଣା ହୋଇ ନ ଥିବା ବେଳେ ସନ୍ନିଙ୍କ ପ୍ରସ୍ତୁତିରୁ ଜଣା ପଡ଼ୁଛି କି ସେଥିରେ ତାଙ୍କ ଚରିତ୍ରଟି ଦମ୍‌ଦାର ରହିଛି । ଏହି ଫିଲ୍ମ ପାଇଁ ସେ ଘୋଡ଼ା ସବାରୀ ଓ ଖଣ୍ଡା ଚଳାଇବା ଶିଖିବା ସହ ଅନ୍ୟ ଷ୍ଟଣ୍ଟ ମଧ୍ୟ ଶିଖିବା ଆରମ୍ଭ କରିଛନ୍ତି । ତାଙ୍କୁ ଏ ବିଷୟରେ ପ୍ରଶିକ୍ଷଣ ଦେବା ପାଇଁ ଅନ୍ଧ୍ରପ୍ରଦେଶରୁ ସ୍ପେସାଲ ଟ୍ରେନର ଡ଼କା ଯାଇଛି ।

ଏହି ଫିଲ୍ମଟି ତାମିଲ୍‌, ତେଲୁଗୁ,ମାଲାୟାଲମ୍‌ ଏବଂ ହିନ୍ଦୀ ଭାଷାରେ ରିଲିଜ୍‌ ହେବ ବୋଲି ଜଣା ପଡ଼ିଛି । ନିଜର ପ୍ରତିକ୍ରିୟା ରଖି ସନ୍ନି ଲିଓନ୍‌ କହିଛନ୍ତି, ମୁଁ ଏଭଳି ସ୍କ୍ରିପ୍ଟକୁ ବହୁତ ପୂର୍ବରୁ ଅପେକ୍ଷା କରିଥିଲି। ମୁଁ ସବୁବେଳେ ଆକ୍ସନ ସିକୁଏନ୍ସ ଥିବା ଫିଲ୍ମ କରିବାକୁ ଚାହୁଁଥିଲି । ଏବେ ମୋର ଏହି ଆଶା ପୂରଣ ହୋଇଛି । ନିର୍ଦ୍ଦେଶକ ମୋତେ ଏହି ଫିଲ୍ମର ସ୍କ୍ରିପ୍ଟ ଶୁଣାଇବା ପରଠାରୁ ମୁଁ ଏଥି ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛି । ଏହି ଫିଲ୍ମ ପରେ ମୋର ଇମେଜ୍‌ ପୂରା ବଦଳିଯିବ ବୋଲି ମୁଁ ଭାବୁଛି ।

ଏହି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱରେ ଭି.ସି.ଭଦିବୁଦଇୟନ୍‌ ଥିବା ବେଳେ ପ୍ରଯୋଜକ ଅଛନ୍ତି ପୋନ୍ସ ଷ୍ଟେଫେନ୍‌ । ଫିଲ୍ମର କାହାଣୀ ସାଉଥ୍‌ ଇଣ୍ଡିଆନ୍‌ କଲ୍‌ଚର ଉପରେ ପର୍ଯ୍ୟବସିତ ବୋଲି ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର