ପ୍ରସାଧନ ସାମଗ୍ରୀ ବିକ୍ରି କରିବେ ସନ୍ନି

ବଲିଉଡ୍‌ରେ ନିଜର ପେସାଦାର ଅଭିନେତ୍ରୀ ଜୀବନକୁ ନେଇ ଆଉ ସନ୍ତୁଷ୍ଟ ନାହାନ୍ତି ସନ୍ନିି ଲିଓନ୍‌। ଏମିତି ଦେଖିଲେ, ତାଙ୍କୁ ଅଭିନୟର ‘ଅ’ ଅକ୍ଷର ଜଣାନାହିଁ। ସେ ବାହାରୁଥିବା ଫିଲ୍ମମାନଙ୍କରେ ତାଙ୍କର ଅଭିନୟ ଅଙ୍ଗ-ପ୍ରଦର୍ଶନ ଓ ଆଇଟମ୍‌ ନମ୍ବର୍‌ ପରିବେଷଣ ମଧ୍ୟରେ ସୀମିତ। ସେ ନୃତ୍ୟରେ ମଧ୍ୟ ନିପୁଣା ନୁହନ୍ତି। ତେଣୁ, ସୀମିତ ସମ୍ବଳ ନେଇ ଦୂର ପଥ ଯାତ୍ରା କରିବା କଷ୍ଟକର ବୋଲି ବୁଝିଗଲେଣି। ସନି ବେଳ ଥାଉଥାଉ ବୁଝାମଣା କରିନେବା ଧରଣର। ତେଣୁ, ନିଜର ବ୍ୟବସାୟ ଆରମ୍ଭ କରିବାକୁ ଯାଉଛନ୍ତି। ସେ ‘ଷ୍ଟାର୍‌ଷ୍ଟ୍ରକ୍‌ ବାଏ ସନ୍ନିି ଲିଓନ୍‌’ ନାମରେ ପ୍ରସାଧନ ସାମଗ୍ରୀ ବଜାରରେ ଛାଡ଼ିବାକୁ ପ୍ରସ୍ତୁତ। ପ୍ରଥମେ ଅନ୍‌ଲାଇନ୍‌ରେ ବିକ୍ରି ଆରମ୍ଭ କରିବେ। ବ୍ୟବସାୟ ବଢ଼ିଲେ, ଚାରି ଆଡ଼କୁ ପ୍ରସାରିତ କରିବେ। ବିଭିନ୍ନ ପ୍ରକାରର ପ୍ରସାଧନ ସାମଗ୍ରୀର ଉତ୍ପାଦନ, ପ୍ୟାକେଜିଂ ଆଦି ପାଇଁ ସେ ସ୍ୱତନ୍ତ୍ର ପେସାଦାରମାନଙ୍କୁ ନିଯୁକ୍ତ କରିସାରିଲେଣି। ନିକଟ ଭବିଷ୍ୟତ୍‌ରେ ତାଙ୍କ ସାମଗ୍ରୀର ଚମକ ଗ୍ରାହକେ ଦେଖିବେ।

ସମ୍ବନ୍ଧିତ ଖବର