ସନ୍ନି ଲିଓନ୍‌ଙ୍କ ବାୟୋପିକ୍‌ରେ କ’ଣ ଦେଖିବାକୁ ପାଇବେ ଦର୍ଶକ ?

ମୁମ୍ବାଇ: ବଲିଉଡ୍‌ ନାୟିକା ସନ୍ନି ଲିଓନ୍‌ଙ୍କ ବାୟୋପିକ୍‌କୁ ନେଇ ଗତ କିଛି ଦିନ ହେବ ଚର୍ଚ୍ଚା ଜୋର୍‌ ଧରିଛି। ଏହି ସିନେମାର ଶୀର୍ଷକ ରହିଛି ‘କରଣଜିତ୍‌ କୌର୍‌: ଦ ଅନ୍‌ଟୋଲ୍‌ଡ ଷ୍ଟୋରି ଅଫ୍‌ ସନ୍ନି ଲିଓନ୍‌’।ଏହା ଏକ ଓ୍ଵବ୍‌ ସିରିଜ୍‌।ଏହାକୁ ଦର୍ଶକ ଉତ୍କାଣ୍ଠାର ସହିତ ଅପେକ୍ଷା କରିଛନ୍ତି। ଏହାର କାହାଣୀ ସଂପର୍କରେ ବି ଜାଣିବାକୁ ଦର୍ଶକଙ୍କ ଭିତରେ ନାହିଁ ନଥିବା ଉତ୍କଣ୍ଠା ପରିଲକ୍ଷିତ ହୋଇଛି। କୁହାଯାଉଛି ଯେ ଏଥିରେ ଦେଖିବାକୁ ମିଳିବ ଯେ ମାତ୍ର ୧୧ ବର୍ଷ ବୟସରେ ସନ୍ନି ଲିଓନ ପ୍ରଥମେ କିସ୍‌ କରିଥିଲେ। ଠିକ୍‌ ସେହିପରି ସେ ୧୬ ବର୍ଷ ବୟସରେ ନିଜର କୁମାରୀତ୍ୱ ହରାଇଥିଲେ।୧୯ ବର୍ଷ ବୟସରେ ସନ୍ନି ପର୍ଣ୍ଣ ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି ନେଇଥିଲେ। ସେତେବେଳେ ସନ୍ନି ସର୍ତ୍ତ ରଖିଥିଲେ ଯେ କେବଳ ମହିଳାଙ୍କ ସହ ପର୍ଣ୍ଣ ଫିଲ୍ମରେ କାମ କରିବେ। ସେ ନର୍ସିଂ ପଢ଼ିବାକୁ ଯାଇଥିଲେ।
ସେ ପର୍ଣ୍ଣ ଇଣ୍ଡଷ୍ଟ୍ରିରେ ପାଦ ଥାପିବା ପୂର୍ବରୁ ସନ୍ନି ଲିଓନ୍‌ ଜର୍ମାନ୍‌ ବେକରି ଜିଫିଲୁବ୍‌ ରେ କାମ କରିଥିଲେ।ବହୁ ଆଡଲଟ୍‌ ମୁଭିରେ କାମ କରିଥିଲେ।
ସନ୍ନିଙ୍କର ସ୍ୱପ୍ନ ଥିଲା ସେ ଜଣେ ନର୍ସ ହେବେ ଓ ମେଡିକାଲ୍‌ ସାଇନ୍ସ ପଢିବେ। ୨୦୧୦ରେ ସନ୍ନି ଲିଓନ୍‌ ଲୋକପ୍ରିୟ ମାଗାଜିନ୍‌ ‘ମାକ୍ସିମ୍‌’ ର ଟପ୍‌ ୧୨ ଜଣ ପର୍ଣ୍ଣଷ୍ଟାର ଆକ୍ଟ୍ରେସଙ୍କ ତାଲିକାରେ ସାମିଲ ହୋଇଥିଲେ। ସନ୍ନି ଜଣେ ପର୍ଣ୍ଣଷ୍ଟାର ହେବାକୁ ଚାହାଁନ୍ତି ବୋଲି ନିଜ ପିତାମାତାଙ୍କୁ ନିଜେ କହିଥିଲେ। ପେଣ୍ଠ ହାଉସ୍‌ କଭର ଅଫ୍‌ ଦ ଇୟର ପାଇଁ ସେ ୬୭ ଲକ୍ଷ ଟଙ୍କା ଜିତିବା ପରେ ଏଭଳି ନିଷ୍ପତ୍ତି ନେଇଥିଲେ।

ବିଗ୍‌ ବସ୍‌ ସିଜିନ୍‌ ୫ ରେ ପ୍ରତିଯୋଗୀ ଭାବେ ଅଂଶ ଗ୍ରହଣ କରିବାପରେ ସନ୍ନି ଲିଓନ୍‌ ଙ୍କ କ୍ୟାରିଅର୍‌ରେ ଏକ ବଡ ପରିବର୍ତ୍ତନ ଦେଖା ଦେଇଥିଲା।
‘ବିଗବସ-୫’ ରେ ଅଂଶ ଗ୍ରହଣ କରିବା ସମୟରେ ସନ୍ନି ଲିଓନ୍‌ କେବଳ ଜଣେ ଇଣ୍ଟରନେସନାଲ୍‌ ପର୍ଣ୍ଣଷ୍ଟାର୍‌ ଭାବେ ପରିଚିତ ହେଉଥିଲେ। କିନ୍ତୁ ବଲିଉଡର ଖ୍ୟାତାନାମା ପ୍ରଯୋଜକ -ନିର୍ଦ୍ଦେଶକ ମହେଶ ଭଟ୍ଟ ସନ୍ନିଙ୍କୁ ଫିଲ୍ମରେ କାଷ୍ଟ୍‍ କରିବା ପରେ ସେ ଭାରତରେ ଅଧିକ ଲୋକପ୍ରିୟତା ହାସଲ କରିଥିଲେ।

ସମ୍ବନ୍ଧିତ ଖବର