ନୂଆଦିଲ୍ଲୀ: ସନ୍ନି ଲିଓନଙ୍କ ଫ୍ୟାନ୍ସ ଏତେ ସକ୍ରିୟ ଥାଆନ୍ତି କି ତାଙ୍କର ଗୋଟିଏ ବି ଫଟୋ ସେୟାର ହେବା ମାତ୍ରେ ଭାଇରାଲ ହୋଇଯାଇଥାଏ। ସନ୍ନି ଲିଓନ ସମ୍ପ୍ରତି ଏକ ରିୟଲିଟି ସୋ’ର ସୁଟିଂରେ ବ୍ୟସ୍ତ ଅଛନ୍ତି। ଏହି ସୁଟିଂ ସମୟରେ ସନ୍ନି ଲିଓନଙ୍କ ଏକ ଷ୍ଟଣ୍ଟ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଭିଡିଓରେ ସନ୍ନି ଲିଓନ ରାସ୍ତାରେ ବସିଛନ୍ତି ଏବଂ ଅକ୍ଷୟ ନାମକ ଯୁବକ ସାଇକେଲରେ ଷ୍ଟଣ୍ଟ କରୁଛନ୍ତି। ଏହି ଭିଡିଓକୁ ଏଯାବତ ୧୬ଲକ୍ଷରୁ ଅଧିକ ଲୋକ ଦେଖି ସାରିଛନ୍ତି। କେବଳ ଏତିକି ନୁହେଁ, ଲୋକମାନେ ସନ୍ନିଙ୍କ ଏହି ଭିଡିଓକୁ ଦେଖି ମଜାଦାର କମେଣ୍ଟ କରିବାକୁ ଲାଗିଛନ୍ତି।
ସନ୍ନି ଲିଓନ ନିଜ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରେ ଭିଡିଓ ସେୟାର କରି ଲେଖିଛନ୍ତି, ମୁଁ ଏହି ଷ୍ଟଣ୍ଟ କରିବା ପାଇଁ କଡ଼ା ପରିଶ୍ରମ କରିଛି । ଏହାପରେ ବି ମୋର ଭାଇ ମୋତେ ସୁରକ୍ଷା ଦେବା ପାଇଁ ମୋର ପାର୍ଶ୍ୱରେ ଛିଡା ହୋଇଥିଲେ। ଏହି ଭିଡିଓରେ ସନ୍ନି ରାସ୍ତାରେ ଗୋଲାପୀ ରଙ୍ଗର ହେଲମେଟ ପିନ୍ଧି ବସିଛନ୍ତି। ସେହିପରି ରଣବିଜୟ ସିଂହ ଲାଲ ରଙ୍ଗର ଟି-ସାର୍ଟ ପିନ୍ଧିଥିବା ଦେଖିବାକୁ ମିଳିଛି।