ସନ୍ନିଙ୍କ ଟିନ୍‌ଏଜ୍‌ ଚରିତ୍ରରେ ନଜର ଆସିବେ ଏହି ବାଳିକା, ଟ୍ଵିଟରରେ ଫଟୋ ସେୟାର କଲେ ସନ୍ନି

ମୁମ୍ବାଇ : ସନ୍ନି ଲିଓନି ଗୋଟେ ଏମିତି ଏକ ନାଁ, ଯାହା ଫିଲ୍ମପ୍ରେମୀଙ୍କ ନିକଟରେ ପରିଚୟର କୌଣସି ଆବଶ୍ୟକତା ରଖେନାହିଁ । ଫିଲ୍ମ ‘ଜିସ୍ମ-୨’ରୁ ବଲିଉଡରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ ଏହି ନାୟିକା । ସବୁଠାରୁ ଚର୍ଚ୍ଚିତ ରିୟାଲିଟି ସୋ’ ବିଗ୍‌ବସ୍‌ରେ ସେ ନଜର ଆସିବା ପରେ ମହେଶ ଭଟ୍ଟ ତାଙ୍କୁ ତାଙ୍କ ଫିଲ୍ମ ‘ଜିସ୍ମ-୨’ରେ ସୁଯୋଗ ଦେଇଥିଲେ । ଏହି ଫିଲ୍ମର ରିଲିଜ ପରେ ଜଣେ ପର୍ଣ୍ଣ ଷ୍ଟାରଙ୍କୁ ବଲିଉଡ଼କୁ ଆଣିବା ନେଇ ଅନେକ ବାଦବିବାଦ ସୃଷ୍ଟି ହୋଇଥିଲେ ମଧ୍ୟ ସେ ଧୀରେ ଧୀରେ ସମସ୍ତଙ୍କ ମନରେ ନିଜର ସ୍ଥାନ ତିଆରି କରିପାରିଥିଲେ । ଜଣେ ପର୍ଣ୍ଣଷ୍ଟାରରୁ ରିୟାଲିଟି ସୋ’ର ପ୍ରତିଯୋଗୀ ଏବଂ ତା’ପରେ ବଲିଉଡ଼ର ଚର୍ଚ୍ଚିତ କଳାକାର ହେବା ସନ୍ନିଙ୍କ ପାଇଁ ସହଜ ନ ଥିଲା । ସେ କାନ୍ନାଡ଼ାରୁ ଭାରତ ଆସିବା ସହ ନିଜ ନାମ କାରେନଜିତ୍‌ କୌର୍‌ରୁ ସନ୍ନି ଲିଓନିକୁ ବଦଳାଇ ଦେଇଥିଲେ ।

ସନ୍ନିଙ୍କ ଜୀବନର ଏମିତି ଅନେକ କାହାଣୀକୁ ନେଇ ନିର୍ମାଣ ହେଉଛି ଏକ ବାୟୋପିକ୍‌ । ତେବେ ଯେଉଁ କଥାଟି ଚର୍ଚ୍ଚାରେ ରହିଛି ସେ ହେଉଛି ସନ୍ନିଙ୍କ ବାୟୋପିକ୍‌ରେ ଟିନ୍‌ଏଜ୍‌ ଚରିତ୍ର ନଜର ଆସିବାକୁ ଯାଉଥିବା ବାଳିକା ରାଇସା ସୌଜାନିଙ୍କୁ ନେଇ । ସେ ସନ୍ନିଙ୍କ ବାୟୋପିକ୍‌ରେ ନଜର ଆସିବେ ବୋଲି ସନ୍ନି ଟ୍ଵିଟରରେ ଘୋଷଣା କରିବା ସହ ରାଇସାଙ୍କ ସହ କିଛି ଫଟୋ ସୋସିଆଲ ମିଡ଼ିଆରେ ସେ ସେୟାର କରିଛନ୍ତି । ଫଟୋରେ ଦୁଇଜଣ ପୂରା ମସ୍ତି ମୁଡ଼୍‍ରେ ଥିବା ଦେଖିବାକୁ ମିଳିଛି । ସନ୍ନିଙ୍କ ଭଲ ଭାବରେ ବୁଝିବା ପାଇଁ ରାଇସା ତାଙ୍କ ସହ ସମୟ କଟାଉଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର