ମାତ୍ର ୧୮ ବର୍ଷ ବୟସରେ ଯୌନ ଉତ୍ପୀଡ଼ନର ଶିକାର ହୋଇଥିଲେ ସନ୍ନି!

ମୁମ୍ବାଇ: ନିକଟରେ ଏକ ସାକ୍ଷାତ୍‌କାରରେ ପର୍ଣ୍ଣଷ୍ଟାର୍‌ ଟର୍ଣ୍ଣଡ ବଲିଉଡ୍‌ ଷ୍ଟାର୍‌ ସନ୍ନି ଲିଓନ ନିଜ ସହ ହୋଇଥିବା ଏକ ଯୌନ ଉତ୍ପୀଡ଼ନ ଘଟଣା ସଂପର୍କରେ ଖୁଲାସା କରିଛନ୍ତି। ସନ୍ନି କହିଛନ୍ତି କି ସେ ଯେତେବଳେ ୧୮ ବର୍ଷ ବୟସରେ ଥିଲେ ସେ ଏପରି ଏକ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିଥିଲେ।  ସେ ସେତେବେଳେ ନିଜର ଏକ ମିଉଜିକ୍‌ ଭିଡିଓ ସୁଟିଂ କାର୍ଯ୍ୟରେ ବ୍ୟସ୍ତ ଥିବା ବେଳେ ଜଣେ ର‍୍ୟାପର୍‌ ତାଙ୍କ ସହ ଅସଦାଚରଣ କରିଥିଲେ ବୋଲି ସନ୍ନି ପ୍ରକାଶ କରିଛନ୍ତି।

ସନ୍ନି ସାମ୍ନା କରିଥିବା ଏପରି ଏକ ପରିସ୍ଥିତି ପାଇଁ ପ୍ରଯୋଜକଙ୍କୁ ଦାୟୀ କରିଛନ୍ତି। ସେ କହିଛନ୍ତି କି ଉକ୍ତ ମିଉଜିକ୍‌ ଭିଡିଓର ପ୍ରଯୋଜକଙ୍କୁ ଏହି ମାମଲାରେ ପୂର୍ବରୁ ଜଣାଥିଲା। ଏ ସଂପର୍କରେ ସେ ନିଜର ବାୟୋପିକ୍‌ ‘କରନଜିତ୍‌ କୌର୍‌: ଦ ଅନ୍‌ଟୋଲ୍‌ଡ ଷ୍ଟୋରି’ରେ ବି ପ୍ରକାଶ କରିଛନ୍ତି।

ଏହି ଅନୁଭୂତି ସଂପର୍କରେ ସନ୍ନି କହନ୍ତି, ‘ମୁଁ ପୂରାପୁରି ସ୍ତବ୍ଧ ହୋଇ ଯାଇଥିଲି। ମୁଁ ପ୍ରଯୋଜକ ଓ ନିର୍ଦ୍ଦେଶକଙ୍କୁ ଯାଇ ଏ ବିଷୟରେ କହିଲି। ସେମାନେ ମୋତେ ମୁଖ୍ୟ ଚରିତ୍ର ପାଇଁ ଦସ୍ତଖତ କରାଇଥିବାରୁ ମୋତେ କେବେ ବି ମିଉଜିକ ଭିଡିଓରୁ କାଢ଼ି ପାରିନଥାନ୍ତେ। ତେଣୁ ମୁଁ ସେ ରାପରକୁ କାଢ଼ି ଦେବା ପାଇଁ ବି ଦାବି କରିଥିଲି।’

ସମ୍ବନ୍ଧିତ ଖବର