ସାପ ଫିଙ୍ଗିଥିବା ଲୋକ ଉପରେ ଏମିତି ପ୍ରତିଶୋଧ ନେଲେ ସନ୍ନି ଲିଓନ୍‌!

ମୁମ୍ବାଇ: ବଲିଉଡର ହଟ୍‌ ଆକ୍‌ଟ୍ରେସ୍‌ ସନ୍ନି ଲିଓନ୍ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଭିଡ଼ିଓ ପୋଷ୍ଟ୍‍ କରିଛନ୍ତି, ଯେଉଁଥିରେ ଦେଖିବାକୁ ମିଳୁଛି କି ସେ ମନଧ୍ୟାନ ଦେଇ ସ୍କ୍ରିପ୍ଟ ପଢ଼ୁଛନ୍ତି। ସେହି ସମୟରେ ନୂଆ ଫିଲ୍ମ ୟୁନିଟ୍‌ର ଜଣେ ସଦସ୍ୟ ରଜନୀ ସନ୍ନୀଙ୍କ ଉପରକୁ ସାପଟିଏ ପକାଇ ଦେଇଥିଲେ।
ସାପକୁ ଏତେ ପାଖରେ ଦେଖି ଭୟରେ ସନ୍ନି ଲିଓନ୍‌ ଡ଼େଇଁବାକୁ ଲାଗିଲେ।

ଏହି ଦୃଶ୍ୟର ଭିଡ଼ିଓ ଶୁକ୍ରବାର ଦିନ ଭାଇରାଲ୍‌ ହୋଇଥିଲା। କିନ୍ତୁ ସନ୍ନି ଛାଡ଼ିବା ଲୋକ ନୁହନ୍ତି। ସେ ବି ଏହାର ପ୍ରତିଶୋଧ ନେଇଛନ୍ତି, ଯାହାର ଭିଡିିଓ ଏବେ ସେ ସେଆର୍‌ କରିଛନ୍ତି। ଏଥିସହିତ ସନ୍ନିଙ୍କୁ ହାତରେ ଦୁଇଟି ଚକଲେଟ୍‌ କେକ୍‌ ନେଇ ଯାଉଥିବାର ଦେଖିବାକୁ ମଧ୍ୟ ମିଳିଛି ଏହି ଭିଡ଼ିଓରେ। କ୍ୟାମେରା ଆଡ଼କୁ ମୁହଁକରି ସେ କହୁଛନ୍ତି ‘ପ୍ରତିଶୋଧ ମିଠା ସଫଳତା ଭଳି’।  ପରେ ସନ୍ନି ଓ ରଜନୀ ଏହାକୁ ନେଇ ଖୁୁବ୍‌ ହସିଥିଲେ।

ସମ୍ବନ୍ଧିତ ଖବର