ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ମୁମ୍ବାଇରେ ହୋଇଥିବା ବିଏମସି କାର୍ଯ୍ୟାନୁଷ୍ଠାନ ପରେ ପ୍ରଥମ ଥର ପାଇଁ ଏହି ପ୍ରସଙ୍ଗରେ ମୁହଁ ଖୋଲିଥିଲେ। ଏହି ସମୟରେ ସେ ଅଭିନେତ୍ରୀରୁ ରାଜନେତା ହୋଇଥିବା ଉର୍ମିଲା ମାତୋଣ୍ଡକରଙ୍କୁ ଟାର୍ଗେଟ କରି କହିଛନ୍ତି କି, ‘ସେ ଜଣେ ସପ୍ଟ ପର୍ଣ୍ଣ ଷ୍ଟାର’। ଏଥିସହିତ ସେ ଏକ ଟୁଇଟ କରି ସନ୍ନି ଲିଓନିଙ୍କ ବିଷୟରେ ବି କହିଥିଲେ।
କଙ୍ଗନା ଟୁଇଟରେ ଲେଖିଥିଲେ, ଜଣେ ଲେଖକ କେବଳ ଏଥିପାଇଁ ଲଞ୍ଚ କରିଥିଲେ କାରଣ ସେ କହିଥିଲେ ଯେ ସନ୍ନି ଲିଓନିଙ୍କୁ ରୋଲ ମଡେଲ ଭାବେ ଦେଖା ଯାଇ ପାରିବ ନାହିଁ। କିଛି ମିଥ୍ୟା ଫେମିନିଷ୍ଟଙ୍କୁ ସମସ୍ୟା ହୋଇଥିଲା କି କାହିଁକି ସନ୍ନିଙ୍କୁ ପର୍ଣ୍ଣ ଷ୍ଟାର କୁହାଗଲା।
କଙ୍ଗନାଙ୍କ ଏଭଳି ଟ୍ୱିଟରେ ସନ୍ନି ଲିଓନି ପ୍ରତିକ୍ରିୟା ଦେଇଛନ୍ତି। ସୋସିଆଲ ମିଡିଆରେ କେବଳ ପରିବାର ସହ ଫଟୋ ସେୟାର କରୁଥିବା ସନ୍ନି ଲିଓନି ଏଥର ତାଙ୍କ ଚିନ୍ତାଧାରାକୁ ଖୋଲାଖୋଲି ସମସ୍ତଙ୍କ ସାମ୍ନାରେ ରଖିଛନ୍ତି।
ସନ୍ନି ଲିଓନି କଙ୍ଗନା ନାମ ନ ନେଇ ସିଧାସଳଖ ଆକ୍ଷେପ କରିଛନ୍ତି। ସନ୍ନିଙ୍କ କହିବାନୁସାରେ, କଙ୍ଗନାଙ୍କୁ ତାଙ୍କ ବିଷୟରେ କିଛି ଜାଣା ନାହିଁ। ତଥାପି ସେ ଅଧିକ କଥା ହେଉଛନ୍ତି।
ସେ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି - ଏହା କେତେ ମଜାଳିଆ ଯେ ଯେଉଁ ଲୋକମାନେ ଆପଣଙ୍କ ବିଷୟରେ କମ୍ ଜାଣି ଥାଆନ୍ତି କିନ୍ତୁ ସେମାନେ ଆପଣଙ୍କ ବିଷୟରେ ଅଧିକ ଆଲୋଚନା କରିଥାଆନ୍ତି।| ସୋସିଆଲ ମିଡିଆରେ ସନ୍ନି ଲିଓନିଙ୍କ ଏହି ପୋଷ୍ଟ ଭାଇରାଲ ହେବାରେ ଲାଗିଛି।