କାମସୂତ୍ରକୁ ନେଇ ଆଧାରିତ ୱେବ୍‌ ସିରିଜ୍‌ରେ ନଜର ଆସିବେ ସନ୍ନି ଲିଓନି

ମୁମ୍ବାଇ : ବିଭିନ୍ନ ପର୍ଣ୍ଣ ଫିଲ୍ମରେ କାମ କରିବା ପରେ ବଲିଉଡ୍‌ରେ ପାଦ ରଖିଥିଲେ ଅଭିନେତ୍ରୀ ସନ୍ନି ଲିଓନି । ବଲିଉଡ୍‌ରେ କାମ କରିବା ଆରମ୍ଭ କରିବା ପରେ ସେ ପର୍ଣ୍ଣ ଇଣ୍ଡଷ୍ଟ୍ରିରେ କାମ କରିବା ଛାଡ଼ି ଦେଇଥିଲେ ମଧ୍ୟ ଏବେ ବି ଅନେକ ଲୋକ ତାଙ୍କୁ ପର୍ଣ୍ଣ ଷ୍ଟାର ଭାବେ ସମ୍ବୋଧନ କରୁଛନ୍ତି । ତେବେ ନିଜର ଏଭଳି ଛବିକୁ ସନ୍ନି ପରିବର୍ତ୍ତନ କରିବାକୁ ଚାହୁଁଥିବା ବେଳେ ତାଙ୍କୁ ସେହି କାମ ସହ ସାମଞ୍ଜସ୍ୟ  ଥିବା କାମ ଅଫର କରାଯାଇଛି ।

sunny leone
amarujala.com

ପ୍ରଯୋଜିକା  ଏକତା କପୁର କାମସୂତ୍ରକୁ ନେଇ ଏକ ୱେବ୍‌ ସିରିଜ୍‌ କରିବାକୁ ଚାହୁଁଥିବା ବେଳେ ସେ ସେଥିରେ ସନ୍ନିଙ୍କୁ ନେବା ପାଇଁ ମନସ୍ଥ  କରିଛନ୍ତି । ଅନେକ କଷ୍ଟ ପରେ ସନ୍ନି ଏହି ୱେବ୍‌ ସିରିଜ୍‌ରେ କାମ କରିବା ପାଇଁ ରାଜି ହୋଇଥିବା ଜଣାପଡ଼ିଛି । ତେବେ ଏହା ପ୍ରଥମ ନୁହେଁ,  ଏହା ପୂର୍ବରୁ ମଧ୍ୟ ଏକତା କପୁର ଓ ସନ୍ନି ଏକାଠି କାମ କରି ସାରିଛନ୍ତି ।

ସମ୍ବନ୍ଧିତ ଖବର