ସୁଟିଂ ଶେଷ ହେବା ପୂର୍ବରୁ ଅଡ଼ୁଆରେ ସନ୍ନି ଲିଓନିଙ୍କ ଫିଲ୍ମ ‘ବୀରମାଦେବୀ’,ବିରୋଧ କରିବାକୁ ଯାଇ ବ୍ଲେଡ଼୍‍ରେ ନିଜ ହାତ କାଟିଦେଲେ କିଛି ଯୁବକ

ମୁମ୍ବାଇ : ସନ୍ନି ଲିଓନିଙ୍କ ଫିଲ୍ମ ‘ବୀରମାଦେବୀ’ର ସୁଟିଂ ଏବେ ଚାଲୁ ରହିଥିବା ବେଳେ ଏହାର ପୋଷ୍ଟରରୁ ବକ୍ସ ଅଫିସରେ ଏହା ଧମାଲ ମଚାଇବ ବୋଲି ଲୋକେ କହିବା ଆରମ୍ଭ କରିଛନ୍ତି । କିନ୍ତୁ ଫିଲ୍ମ ପଦ୍ମାବତ ଭଳି ଏହି ଫିଲ୍ମର ସୁଟିଂକୁ ରୋକିବା ପାଇଁ କିଛି ସଂଗଠନ ଏବେ ବିରୋଧ ପ୍ରଦର୍ଶନ ଆରମ୍ଭ କରିଥିବା ଜଣାପଡ଼ିଛି । ଫିଲ୍ମରେ ସନ୍ନି ଲିଓନିଙ୍କୁ ନିଆଯାଇ ଇତିହାସକୁ ଅପମାନ କରାଯାଉଛି ବୋଲି କହି କନ୍ନଡ଼ ରକ୍ଷଣ ବେଦିକା ଯୁବାସେନା ବିରୋଧ ପ୍ରଦର୍ଶନ କରିବାର ଧମକ ଦେଇଛି । ଅନ୍ୟ ପକ୍ଷରେ କିଛି ଯୁବକ ଏହାକୁ ବିରୋଧ କରି ବ୍ଲେଡ୍‍ରେ ନିଜ ନିଜର ହାତ କାଟି ଦେଇଥିବା ସୂଚନା ମିଳିଛି ।

YouTube

ସଂଗଠନର ପ୍ରମୁଖ ଆର୍‌.ହରିଶଙ୍କ କହିବା ଅନୁଯାୟୀ, ସେ ହିନ୍ଦୁମାନଙ୍କ ହିତର ସୁରକ୍ଷା କରିଥିଲେ। କର୍ଣ୍ଣଟକରେ ବୀରମାଦେବୀ ଅନେକ ମନ୍ଦିର ନିର୍ମାଣ କରିଥିଲେ । ତାଙ୍କ ଚରିତ୍ରରେ ସନ୍ନି ଲିଓନିଙ୍କ ଭଳି ଅଭିନେତ୍ରୀଙ୍କୁ ନେବା ଆଦୌ ଉଚିତ୍‌ ନୁହେଁ । ସନ୍ନିଙ୍କୁ ପର୍ଣ୍ଣ ଫିଲ୍ମ ଷ୍ଟାର ଭାବରେ ସମସ୍ତେ ଜାଣନ୍ତି । ଯେଉଁ ଚରିତ୍ର ସାରା ଦେଶରେ ପ୍ରସିଦ୍ଧ । ତାଙ୍କୁ ସେଭଳି ଚରିତ୍ରରେ ନେବା ସଂପୂର୍ଣ୍ଣ ଭୁଲ ବୋଲି ହରିଶ ନିଜର ମତ ରଖିଛନ୍ତି । ଏହା ପୂର୍ବରୁ ଫିଲ୍ମ ପଦ୍ମାବତକୁ ନେଇ ମଧ୍ୟ ଅନେକ ବିରୋଧ ପ୍ରଦର୍ଶନ କରାଯାଇଥିଲା । ଯାହା ପାଇଁ ଫିଲ୍ମର ନାଁ ‘ପଦ୍ମାବତୀ’ରୁ ‘ପଦ୍ମାବତ’ କରାଯାଇଥିଲା ।

ସମ୍ବନ୍ଧିତ ଖବର