ଗେମ୍‌ ଅଫ୍‌ ଥ୍ରୋନ୍ସ ଭଳି ସୋ’ରେ କାମ କରିବାର ସୁଯୋଗ ପାଇଥିଲେ ସନ୍ନି ଲିଓନି, ଅଫର ମିଳିବା ପରେ ଏହି କାରଣ ପାଇଁ ଫିଲ୍ମ କରିବାକୁ ମନା କରିଥିଲେ 

ମୁମ୍ବାଇ : ଏକ ସାକ୍ଷାତକାରରେ ଯୋଗ ଦେଇ ସନ୍ନି ଲିଓନି ନିଜ ସହ ଜଡ଼ିତ ଏକ ବଡ଼ ଖୁଲାସା କରିଛନ୍ତି । ତାଙ୍କୁ ଲୋକପ୍ରିୟ ସୋ’ ଗେମ୍‌ ଅଫ୍‌ ଥ୍ରୋନ୍ସରେ ଅଭିନୟ କରିବା ପାଇଁ ସୁଯୋଗ ମିଳିଥିବା କଥା କହିବା ସହ ଏହାକୁ ସେ ଛାଡ଼ିଥିବା କହିଛନ୍ତି । ଏହାକୁ ଛାଡ଼ିବା ପଛର କାରଣ ଜଣାଇ ସେ ସୋ’ ପାଇଁ ଆସିଥିବା ଅଫର ସମୟର କଥା ସମସ୍ତଙ୍କ ସହ ସେୟାର କରିଛନ୍ତି ।

ତାଙ୍କ କହିବା ଅନୁଯାୟୀ, ଥରେ ମୋ ଫୋନକୁ ଏକ ମେସେଜ ଆସିଥିଲା । ଯେଉଁଥିରେ ଲେଖାଥିଲା କି ମୁଁ ଜାଣିଛି ଶେଷ ସମୟରେ ତୁମକୁ ଜଣାଉଛି । କିନ୍ତୁ ଆମେ ତୁମକୁ ଗେମ୍‌ ଅଫ୍‌ ଥ୍ରୋନ୍ସରେ ତୁମକୁ କାଷ୍ଟ କରିବାକୁ ଚାହୁଁଛୁ ବୋଲି ଲେଖାଥିଲା । ଏହି ମେସେଜ୍‌ ପଢ଼ି ମୁଁ ଖୁସି ହୋଇ ଯାଇଥିଲିା ପରେ ସେ ମୋତେ ଆଇଏମ୍‌ଡ଼ିବି ଲିଙ୍କ ପଠାଇଥିଲେ । ଯାହାକୁ ଖୋଲିବା ପରେ ମୋ ସହ ଥଟ୍ଟା କରାଯାଇଥିବା ମୁଁ ଜାଣି ପାରିଥିଲି ବୋଲି ସନ୍ନି କହିଛନ୍ତି ।

ଅନ୍ୟ ପକ୍ଷରେ ସନ୍ନି ଏବେ ନିଜ ବାୟୋପିକ୍‌ କରେନ୍‌ଜିତ୍‌ କୌର୍‌: ଦ ଅନ୍‌ଟୋଲ୍‌ଡ଼ ଷ୍ଟୋରି ଅଫ୍‌ ସନ୍ନି ଲିଓନିକୁ ନେଇ ଚର୍ଚ୍ଚାରେ ଥିବା ବେଳେ ଏମ୍‌ଟିଭିରେ ପ୍ରସାରିତ ହେଉଥିବା ସୋ’ ସ୍ପିଲ୍‌ଟ୍ସଭିଲା ଏବଂ ମ୍ୟାନ୍‌ vs ଓ୍ଵାଇଲ୍‌ଡ଼୍‍ରେ ନଜର ଆସୁଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର