ବି-ଟାଉନ୍ ଅଭିନେତା ସନ୍ନି ଦେଓଲ୍ଙ୍କ ସାନପୁଅ ରାଜବୀର ଦେଓଲ୍ ବଲିଉଡ୍ରେ ଡେବ୍ୟୁ କରିବେ। ଚଳଚ୍ଚିତ୍ର ନିର୍ମାତା ସୁରଜ ବଡ଼ଜାତ୍ୟାଙ୍କ ପୁଅ ଅବନୀଶ ବଡ଼ଜାତ୍ୟାଙ୍କ ସହ ମିଶି ସେ ଏକ ଲଭ୍ ଷ୍ଟୋରି ଚଳଚ୍ଚିତ୍ରରୁ କ୍ୟାରିୟର୍ ଆରମ୍ଭ କରିବେ। ଏନେଇ ସନ୍ନିଙ୍କ ବାପା ଧର୍ମେନ୍ଦ୍ର ଓ ଭାଇ ବବି ଟ୍ବିଟ୍ କରି ସୂଚନା ଦେଇଛନ୍ତି। ରାଜଶ୍ରୀ ପ୍ରଡକ୍ସନ ହାଉସ୍ ପୁତୁରା ରାଜବୀରଙ୍କୁ ଅଭିନୟ କରିବା ପାଇଁ ସୁଯୋଗ ଦେଉଥିବାରୁ ବବି ପ୍ରଯୋଜନା ସଂସ୍ଥାକୁ ଧନ୍ୟବାଦ ମଧ୍ୟ ଦେଇଛନ୍ତି। ତେବେ ୨୦୧୯ରେ ସନ୍ନିଙ୍କ ବଡ଼ପୁଅ ‘ପଲ୍ ପଲ୍ ଦିଲ୍ କେ ପାସ୍’ ଚଳଚ୍ଚିତ୍ର ଜରିଆରେ ବଲିଉଡ୍ରେ ପ୍ରବେଶ କରିଥିଲେ। ଚଳଚ୍ଚିତ୍ରକୁ ନେଇ ଉଭୟ ଦର୍ଶକ ଓ ବିଚାରକ ମିଶ୍ରିତ ପ୍ରତିକ୍ରିୟା ଦେଇଥିଲେ।
ବଲିଉଡ୍ରେ ଡେବ୍ୟୁ କରିବେ ସନ୍ନିଙ୍କ ସାନପୁଅ ରାଜବୀର
/sambad/media/post_attachments/wp-content/uploads/2021/04/rajvir.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)