ବକ୍ସ ଅଫିସରେ ହିଟ୍ ଫିଲ୍ମର ମାନ୍ୟତା ପାଇଲା ‘ସୁପର-୩୦’ ,ଜାଣନ୍ତୁ ଏହା କେତେ ବ୍ୟବସାୟ କରିଲା

ମୁମ୍ବାଇ: ବଲିଉଡ ସୁପରଷ୍ଟାର୍ ରିତିକ ରୋଶନଙ୍କ ନୂଆ ସିନେମା ‘ସୁପର-୩୦’ ଏଯାବତ ୮୦. ୩୬ କୋଟି ଟଙ୍କାର ବ୍ୟବସାୟ କରିଥିବା ଜଣାଯାଇଛି। ଏହାକୁ ବକ୍ସ ଅଫିସରେ ହିଟ୍ ଫିଲ୍ମର ମାନ୍ୟତା ମିଳିଯାଇଛି। ଏହାକୁ ବିହାର ସରକାର ଟାକ୍ସ ଫ୍ରି (କରମୁକ୍ତ) ଘୋଷଣା କରିଥିଲେ।

ଏଠାରେ ସୂଚନାଯୋଗ୍ୟ ଯେ ‘ସୁପର-୩୦’ ପ୍ରଥମ ଚାରି ଦିନ ଭିତରେ ପ୍ରାୟ ୬୦ କୋଟି ଟଙ୍କାର ବ୍ୟବସାୟ କରିଥିଲା। ପ୍ରଥମ ଦିନ ‘ସୁପର-୩୦’ ୧୨ କୋଟି ଟଙ୍କାର କଲେକସନ୍ କରିଥିବା ଜଣାଯାଇଥିଲା। ତେବେ ଦ୍ବିତୀୟ ଦିନ ଏହା ୧୮ କୋଟି .ଟଙ୍କାର କଲେକସନ୍ କରିଥିବା ବେଳେ ରବିବାର ଦିନ ୨୦.୭୪ କୋଟି ଏବଂ ସୋମବାର ଦିନ ୧୦ କୋଟି ଟଙ୍କା ଆୟ କରିଥିଲା। ଖାଲି ସେତିକି ନୁହେଁ ଏହା ଓଭରସିଜ୍ ମାର୍କେଟରେ ବି ଭଲ ବ୍ୟବସାୟ କରୁଛି।ଏହାର ବଜେଟ୍ ୮୫ କୋଟି ଟଙ୍କା ବୋଲି କୁହାଯାଉଛି।

photo-aajtak

ଏହି ସିନେମାର କାହାଣୀ ବିହାରର ଜଣେ ମହାନ୍ ଶିକ୍ଷକ ଆନନ୍ଦ କୁମାରଙ୍କ ଜୀବନୀ ଉପରେ ଆଧାରିତ । ଏଥିରେ ରିତିକ୍ ରୋଶନଙ୍କ ବିପକ୍ଷରେ ନାୟିକା ମୃଣାଲ ଠାକୁରଙ୍କୁ ଦେଖିବାକୁ ମିଳିଛି। ଏହାଛଡ଼ା ବୀରେନ୍ଦ୍ର ସକସେନା ଏବଂ ପଙ୍କଜ ତ୍ରିପାଠୀଙ୍କୁ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଦେଖିବାକୁ ପାଇଛନ୍ତି ଦର୍ଶକ। ବିକାଶ ବହଲ ଏହାର ନିର୍ଦ୍ଦେଶନା ଦେଇଛନ୍ତି।ଏହି ସିନେମାରେ ରିତିକ ରୋଶନଙ୍କ ଅଭିନୟକୁ ବି ଉଭୟ ଦର୍ଶକ ଏବଂ ସମୀକ୍ଷକମାନେ ଖୁବ୍ ପସନ୍ଦ କରିଛନ୍ତି।

ସମ୍ବନ୍ଧିତ ଖବର