ମୁମ୍ବାଇ: ୨୦୧୯ର ଏକ ବହୁଚର୍ଚ୍ଚିତ ହିନ୍ଦୀ ସିନେମାର ହଲିଉଡ ରିମେକ ହେବାକୁ ଯାଉଛି। ହିନ୍ଦୀ ସିନେ ଜଗତରେ ଏପରି ଆଗରୁ କେବେ ହୋଇନାହିଁ। ହଁ, ଏଠାରେ ଯେଉଁ ହିନ୍ଦୀ ସିନେମାର କଥା କୁହାଯାଉଛି, ତାହା ହେଲା ‘ସୁପର୩୦’। ଆମେରିକାରେ ଏହି ଫିଲ୍ମର ରାଇଟ୍ସ ପାଇଁ ବର୍ତ୍ତମାନ କଥାବାର୍ତ୍ତା ଚାଲିଥିବା ଜଣାଯାଇଛି। ଏହି ସିନେମାର ହଲିଉଡ ରିମେକରେ ବି ରିତିକ୍ ରୋଶନଙ୍କୁ ନେବାଲାଗି ପ୍ରଯୋଜନା ସଂସ୍ଥା ଆଗ୍ରହ ପ୍ରକାଶ କରିଥିବା କୁହାଯାଉଛି। ଏହି ଖବର ଜାଣିବା ପରେ ରିତିକ୍ ରୋଶନ ଅତ୍ୟନ୍ତ ଖୁସି ଅଛନ୍ତି ଏବଂ ସେ କହିଛନ୍ତି ଯେ ଏହା ତାଙ୍କ ଲାଗି ଏକ ବଡ଼ ସଫଳତା ହେବ।
/sambad/media/post_attachments/wp-content/uploads/2019/12/super30-NBT-image-32.jpg)
‘ସୁପର୩୦’ର କାହାଣୀ ବିହାରର ଜଣେ ମହାନ୍ ଶିକ୍ଷକ ଆନନ୍ଦ କୁମାରଙ୍କ ଜୀବନୀ ଉପରେ ଆଧାରିତ । ଏଥିରେ ରିତିକ୍ ରୋଶନଙ୍କ ବିପକ୍ଷରେ ନାୟିକା ମୃଣାଲ ଠାକୁରଙ୍କୁ ଦେଖିବାକୁ ମିଳିଥିଲା। ଏହାଛଡ଼ା ବୀରେନ୍ଦ୍ର ସକସେନା ଏବଂ ପଙ୍କଜ ତ୍ରିପାଠୀଙ୍କୁ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଦେଖିବାକୁ ପାଇଥିଲେ ଦର୍ଶକ। ବିକାଶ ବହଲ ଏହାର ନିର୍ଦ୍ଦେଶକ ।ଏହି ସିନେମାରେ ରିତିକ ରୋଶନଙ୍କ ଅଭିନୟକୁ ବି ଉଭୟ ଦର୍ଶକ ଏବଂ ସମୀକ୍ଷକମାନେ ଖୁବ୍ ପସନ୍ଦ କରିଥିଲେ।