ବହୁଦେଶୀୟ ପ୍ରସାଧନ କମ୍ପାନି ମେବିଲିନ୍ ନିକଟରେ ଚାରିଜଣଙ୍କୁ ଏହାର ନୂଆ ବ୍ରାଣ୍ଡ୍‌ ଆମ୍ବାସଡର୍‌ ଭାବେ ଘୋଷଣା କରିଛି। ସେମାନଙ୍କ ମଧ୍ୟରୁ ବଲିଉଡ୍‌ ତାରକା ଶାହରୁଖ ଖାଁଙ୍କ ଝିଅ ସୁହାନା ଖାଁ ସବୁଠାରୁ ଚର୍ଚ୍ଚିତ ତଥା ସମାଲୋଚିତ ହୋଇଛନ୍ତି। ତାଙ୍କ ଛଡ଼ା ମେବିଲିନ୍‌ର ମୁହଁ ପାଲଟିଥିବା ଆଉ ତିନି ଜଣ ହେଉଛନ୍ତି ବ୍ୟାଡ୍‌ମିଣ୍ଟନ୍‌ ତାରକା ପିଭି ସିନ୍ଧୁ, ଗାୟିକା-ବ୍ୟବସାୟୀ ଅନନ୍ୟା ବିରଳା ଓ ସୁପର୍‌ମଡେଲ୍ ଈକ୍ଷା କେରୁଙ୍ଗ। ଏମାନଙ୍କ ମଧ୍ୟରୁ ଈକ୍ଷା ସବୁଠାରୁ କମ୍ ଜଣାଶୁଣା, କିନ୍ତୁ ସେ ବିବିଧ ପ୍ରତିଭାର ଅଧିକାରୀ। ସୁପର୍‌ମଡେଲ୍ ବ୍ୟତୀତ ସେ ଜଣେ ପୁଲିସ୍ ଅଫିସର୍, ମୁଷ୍ଟିଯୋଦ୍ଧା ଓ ବାଇକର୍‌ ଭାବେ ପରିଚିତ। ସିକ୍କିମ୍‌ର ସୋମ୍ବାରିଆ ଗ୍ରାମରେ ଜନ୍ମିତ ଈକ୍ଷାଙ୍କ ବୟସ ମାତ୍ର ୨୩ ବର୍ଷ। ନିୟମିତ ଭାବେ ସେ ପୁଲିସ ଅଫିସର୍‌ଙ୍କ ପୋଷାକରେ ବନ୍ଧୁକ ଧରି ସୁରକ୍ଷା ଦାୟିତ୍ବ ନିର୍ବାହ କରୁଥିବା ବେଳେ ଖାଲି ସମୟରେ ମୁଷ୍ଟିଯୁଦ୍ଧ ଲାଗି ପ୍ରସ୍ତୁତି କରନ୍ତି।

Advertisment

ଏଥି ସହିତ ଅନ୍ୟ ସମୟରେ ସେ ବାଇକ୍‌ ନେଇ ବଣ ପାହାଡ଼ ବେଷ୍ଟିତ ଅଞ୍ଚଳରେ ବୁଲିବାକୁ ଭଲପାଆନ୍ତି। ଏମ୍‌ଟିଭିରେ ପ୍ରସାରିତ ‘ସୁପର୍‌ମଡେଲ୍‌ ଅଫ ଦି ଇଅର୍ ସିଜନ୍ ୨’ରେ ଭାଗ ନେଇ ଜଜ୍‌ମାନଙ୍କ ଦ୍ବାରା ପ୍ରଶଂସିତ ହୋଇଥିଲେ। ୨୦୨୧ରେ ଗତ ଜାନୁଆରି ମାସରେ ମୁକ୍ତିଲାଭ କରିଥିବା ‘ଲକଡ଼ବଗ୍‌ଘା’ ଚଳଚ୍ଚିତ୍ର ମାଧ୍ୟମରେ ସେ ଅଭିନୟ ଦୁନିଆରେ ପଦାର୍ପଣ କରିଥିଲେ। ସେ ଭବିଷ୍ୟତରେ ପୂର୍ବୋତ୍ତର ଭାରତର ଅନ୍ୟତମ ଶ୍ରେଷ୍ଠ ପ୍ରତିନିଧି ହେବାର ଅନେକ ସମ୍ଭାବନା ବହନ କରୁଛନ୍ତି ବୋଲି ଚର୍ଚ୍ଚା ହେଉଛି।