ଦେଢ଼ମାସ ତଳେ ମାଆଙ୍କୁ ହରାଇଥିଲେ ଏବେ ବାପାଙ୍କୁ ହରାଇଲେ ମହେଶ ବାବୁ

୭୯ ବର୍ଷ ବୟସରେ ସୁପରଷ୍ଟାର କ୍ରିଷ୍ଣାଙ୍କ ଦେହାନ୍ତ

ନୂଆଦିଲ୍ଲୀ: ୨ ମାସ ତଳେ ମା’ଙ୍କୁ ହରାଇ ଦୁଃଖରେ ଭାଙ୍ଗି ପଡ଼ିଥିଲେ ତେଲୁଗୁ ସୁପରଷ୍ଟାର ମହେଶ ବାବୁ। ଏବେ ସେ ବାପଛେଉଣ୍ଡ ବି ହୋଇଗଲେ। ଏଠାରେ ଜଣାଇ ଦେଉଛୁ ଯେ ମହେଶ ବାବୁଙ୍କ ବାପା ତଥା ଅଭିନେତା କୃଷ୍ଣା ରବିବାର ହୃଦଘାତର ଶିକାର ହୋଇ ହାଇଦ୍ରାବାଦ୍‌ର କଣ୍ଟିନେଣ୍ଟାଲ୍‌ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ସେଠା‌ରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସେ ଆଜି ଭୋର୍‌ ୪ଟାରୁ ତାଙ୍କର ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ତାଙ୍କ ଦେହାନ୍ତ ପୂରା ତେଲୁଗୁ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳାଇ ଦେଇଛି।

ମିଳିଥିବା ସୂଚନା ମୁତାବକ, ରବିବାର ରାତି ୧.୧୫ରେ ହୃଦଘାତର ଶିକାର ହୋଇଥିଲେ ଅଭିନେତା କୃଷ୍ଣା। ଏହା ପରେ ତୁରନ୍ତ ତାଙ୍କୁ ହାଇଦ୍ରାବାଦର କଣ୍ଟିନେଣ୍ଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଦେଖି ଡାକ୍ତର ଅଭିନେତା କୃଷ୍ଣାଙ୍କୁ ସିପିଆର ଦେଇଥିଲେ। ଏହା ପରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି ଯେ, କୃଷ୍ଣାଜୀଙ୍କ ଅବସ୍ଥା ଗୁରୁତର ରହିଛି ଏବଂ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ଉଲ୍ଲେଖଯୋଗ୍ୟ, ସେପ୍ଟେମ୍ବର ୨୮ରେ ମହେଶ ବାବୁଙ୍କ ମାତା ଘଟ୍ଟାମନେନୀ ଇନ୍ଦିରା ଦେବୀଙ୍କର ଦେହାନ୍ତ ହୋଇଥିଲା।

www.indiatoday.in

ସୁପର୍‌ଷ୍ଟାର୍‌ କ୍ରିଷ୍ଣା ପ୍ରାୟ ୩୫୦ ତେଲୁଗୁ ଫିଲ୍ମରେ ତାଙ୍କର ଚମତ୍କାର ଅଭିନୟ ପାଇଁ ଲୋକପ୍ରିୟ ପାଲଟିଥିଲେ। ତାଙ୍କ ସମୟରେ ସେ ସବୁଠାରୁ ଅଧିକ ପାରିଶ୍ରମିକ ନେଉଥିବା ଅଭିନେତା ଥିଲେ। କିଛି ଦିନ ପାଇଁ ସେ ରାଜନୀତିରେ ବି ସକ୍ରିୟ ଥିଲେ।

 

ସମ୍ବନ୍ଧିତ ଖବର