ବେଶ୍ କିଛିଦିନ ହେବ ଅଭିନେତା ରଜନୀକାନ୍ତ ହୃଦଘାତ ଜନିତ ରୋଗରେ ପୀଡ଼ିତ ଥିଲେ। ଏଥିରୁ ଆରୋଗ୍ୟ ହେବା ପାଇଁ ସେ ମାନସିକ ଭାବେ ଖୁବ୍ ବିବ୍ରତ ଥିଲେ। ଛାତିରେ ଗଭୀର ଯନ୍ତ୍ରଣା ହେବାରୁ ତାଙ୍କୁ ଚେନ୍ନାଇ ସ୍ଥିତ କାବେରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ନିକଟରେ ତାଙ୍କ ଛାତିରେ କେରୋଟିଡ୍ ସର୍ଜରୀ କରାଯାଇଛି। ସର୍ଜରୀ ପରେ ଧୀରେ ଧୀରେ ରଜନୀକାନ୍ତ ସୁସ୍ଥାବସ୍ଥାକୁ ଫେରୁଛନ୍ତି। ଏବେ ସେ ହସ୍ପିଟାଲ୍ରୁ ଘରକୁ ଫେରିଛନ୍ତି। ସୁସ୍ଥ ହେବା ପରେ ନିଜ ଘର ସାମନାରେ ଥିବା ଏକ ମନ୍ଦିର ସମ୍ମୁଖରେ ଛିଡ଼ା ହେଇ ସେ ଫଟୋ ଉଠାଇଛନ୍ତି ଏବଂ ଏହି ଫଟୋଟିକୁ ସେ ସୋସିଆଲ ମିଡିଆରେ ସେୟାର୍ କରିଛନ୍ତି।
କିଛିଦିନ ତଳେ ଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନ ପରିସରରେ ଉପରାଷ୍ଟ୍ରପତି ଚଳଚ୍ଚିତ୍ରରେ ଶ୍ରେଷ୍ଠ ପ୍ରଦର୍ଶନ ଏବଂ ଅବଦାନ ପାଇଁ ସିନେ କଳାକାର ଓ ଟେକନିସିଆନଙ୍କୁ ପୁରସ୍କୃତ କରିଥିଲେ। ଏହି କ୍ରମରେ ସବୁଠୁ ମର୍ଯ୍ୟାଦାଜନକ ଦାଦା ସାହେବ ଫାଲକେ ପୁରସ୍କାର ରଜନୀକାନ୍ତଙ୍କୁ ପ୍ରଦାନ କରାଯାଇଥିଲା। ହସପିଟାଲରେ ଭର୍ତ୍ତି ହେବା ପୂର୍ବରୁ ଅବଶ୍ୟ ରଜନୀକାନ୍ତ ଦିଲ୍ଲୀ ଯାଇ ଉଭୟ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଥିଲେ। ତେବେ ଅସୁସ୍ଥ ହେବା ଆଗରୁ ରଜନୀକାନ୍ତ ଅଭିନୟ କରିଥିବା ଚଳଚ୍ଚିତ୍ର ‘ଆନ୍ନାଥେ’ ଗତ ସପ୍ତାହରେ ମୁକ୍ତିଲାଭ କରିଛି। ପରଦାରେ ସୁସ୍ଥ ରଜନୀକାନ୍ତଙ୍କୁ ଦେଖୁଥିବା ଦର୍ଶକ ତାଙ୍କର କେରୋଟିଡ୍ ସର୍ଜରୀ ସଫଳ ହେବାର ଖବର ଶୁଣି ଆଶ୍ବସ୍ତ ହେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/11/rajinikanth_6671.jpg)