୨୦୧୯ ବର୍ଷ ହ୍ରିତିକ୍ ରୋସନଙ୍କ ପାଇଁ ସଫଳତାର ବର୍ଷ ଥିଲା। ଗତବର୍ଷ ତାଙ୍କ ଅଭିନୀତ ଦୁଇଟି ଫିଲ୍ମ ‘ୱାର’ ଓ ‘ସୁପର ୩୦’ ମୁକ୍ତିଲାଭ କରିଥିବା ବେଳେ ତାହା ବକ୍ସ ଅଫିସରରେ ଭଲ ଆୟ କରିଥିଲା। ସୁପର ୩୦ ଚଳଚ୍ଚିତ୍ର ବିହାରର ଜଣାଶୁଣା ଗଣିତଜ୍ଞ ଆନନ୍ଦ କୁମାରଙ୍କ ଜୀବନୀ ଉପରେ ଆଧାରିତ ଥିଲା। ଚଳଚ୍ଚିତ୍ରଟି ବକ୍ସ ଅଫିସରରେ ୧୫୦ କୋଟି ଆୟ କରିଥିଲା। ଶୁଣିବାକୁ ମିଳିଛି ଏହି ଚଳଚ୍ଚିତ୍ରଟି ଚୀନରେ ମଧ୍ୟ ନିଜର ଜଲୱା ଦେଖାଇବ। ବଲିଉଡ ହଙ୍ଗାମାର ଏକ ରିପୋର୍ଟ ମୁତାବକ, ଚୀନରେ କରୋନା ମହାମାରୀର ପ୍ରକୋପ ଯିବା ପରେ ସୁପର ୩୦ ଚଳଚ୍ଚିତ୍ରଟି ସେଠାରେ ମୁକ୍ତିଲାଭ କରିବ। ରିଲାଏନ୍ସ ଏଣ୍ଟରଟେନମେଣ୍ଟର ଗ୍ରୁପ ସିଇଓ ଶିବାଶିଷ ସରକାର କହିଛନ୍ତି ଯେ ସୁପର ୩୦ର ସେନସରସିପ ପାଇଁ ଚୀନରେ ଆବେଦନ କରାଯାଇସାରିଛି। ପରିସ୍ଥିତି ସୁଧିରିବା ପରେ ସେନସରସିପ ମିଳିଗଲା ମାତ୍ରେ ସେଠାରେ ଚଳଚ୍ଚିତ୍ରଟି ମୁକ୍ତିଲାଭ କରିବ। ଅମିର ଖାନଙ୍କ ‘ଦଙ୍ଗଲ’ ଓ ଆୟୁଷ୍ମାନ ଖୁରାନାଙ୍କ ‘ଅନ୍ଧାଧୁନ୍’ ବି ଚୀନ୍ ବକ୍ସ ଅଫିସରେ ଭଲ ଆୟ କରିଥିଲା।
ଚୀନ୍ରେ ମୁକ୍ତିଲାଭ କରିବ ହ୍ରିତିକ୍ ରୋସନଙ୍କ ‘ସୁପର ୩୦’
/sambad/media/post_attachments/wp-content/uploads/2020/04/sfgh54sfh98sf77h98sf7h98sf7h98sfh9sf74h98sfhsfhsfhfhssfhfhsfhsfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)