ନୂଆଦିଲ୍ଲୀ: ସାଉଥ ସୁପରଷ୍ଟାର ସୂର୍ଯ୍ୟ ଶିବକୁମାରଙ୍କ ଅଭିନୀତ ଫିଲ୍ମ ‘ଜୟ ଭୀମ’ ସିନେମା ଦିନକୁ ଦିନ ଦର୍ଶକ ମହଲରେ ପ୍ରଭାବଶାଳୀ ହେବାରେ ଲାଗିଛି। ଫିଲ୍ମ ରିଲିଜ ପରେ ଅନେକ ଏଥିରେ ଦେଖାଯାଇଥିବା କିଛି ଦୃଶ୍ୟକୁ ନେଇ ବିରୋଧ କରୁଥିବା ବେଳେ ଫିଲ୍ମର କାହାଣୀ ଅନେକଙ୍କ ଉପରେ ଗଭୀର ପ୍ରଭାବ ପକାଉଥିବା ଦେଖାଯାଉଛି। ଏହି ଫିଲ୍ମରେ ସାଉଥ ସୁପରଷ୍ଟାର ସୂର୍ଯ୍ୟ ଶିବକୁମାର ଜଣେ ଓକିଲର ଭୂମିକା ନିଭାଇଛନ୍ତି। ଫିଲ୍ମରେ ଥିବା ତାଙ୍କର ଚରିତ୍ର ଦ୍ବାରା ଯୁବପିଢ଼ି ଏତେ ଅନୁପ୍ରାଣିତ ହୋଇଛନ୍ତି ଯେ, ଏବେ ଇଞ୍ଜିନିୟର କି ଡାକ୍ତର ହେବାର ସ୍ବପ୍ନ ଛାଡ଼ି ଓକିଲ ହେବାର ସ୍ବପ୍ନ ଦେଖିବା ଆରମ୍ଭ କରିଛନ୍ତି।

Advertisment

ଚେନ୍ନାଇରେ ଯୁବପିଢ଼ି ଫିଲ୍ମ ଦେଖିବା ପରେ ଆଇନ ପାଠ ପଢ଼ିବା ପାଇଁ ଅଧିକ ଇଚ୍ଛା ପ୍ରକାଶ କରୁଥିବା ଜଣାପଡ଼ିଛି। ଚେନ୍ନାଇର ବାଣିଜ୍ୟ ପଢ଼ୁଥିବା ଛାତ୍ର ଏ ଶ୍ରବଣ ଏହି ଚଳଚ୍ଚିତ୍ର ଦ୍ୱାରା ଅନୁପ୍ରାଣିତ ହୋଇ ଆଇନ ପାଠ ପଢ଼ିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ଶ୍ରବଣ କହିଛନ୍ତି ଯେ, ଯଦିଓ ଚଳଚ୍ଚିତ୍ର ଦେଖିବା ପୂର୍ବରୁ ସେ ଆଇନ କ୍ଷେତ୍ରକୁ ପସନ୍ଦ କରନ୍ତି କିନ୍ତୁ ଚୂଡ଼ାନ୍ତ ନିଷ୍ପତ୍ତି ନେବାରେ ଅଭିନେତା ସୂର୍ଯ୍ୟ ତାଙ୍କୁ ସାହାଯ୍ୟ କରିଛନ୍ତି।

'For Justice...': Suriya's Film Inspires Chennai Youngsters To Study Law www.ndtv.com

‌ଯୌନ ଶୋଷଣର ଶିକାର ହେଉଥିବା ପୀଡ଼ିତାଙ୍କୁ ମୁଁ ନ୍ୟାୟ ଦେବାକୁ ଚାହୁଁଛି। କାରଣ ମୁଁ ହୃଦୟଙ୍ଗମ କରିଛି ଯେ, କୌଣସି ଦୋଷ ନଥାଇ ବି ସେମାନେ ଦଣ୍ଡ ପାଆନ୍ତି ବୋଲି କହିଛନ୍ତି ଶ୍ରବଣ।

ଏମବିଏ ପାଠ ପଢ଼ୁଥିବା ଶରଣ୍ୟା ସତ୍ୟନାରାୟଣନ୍ କହିଛନ୍ତି ଯେ, ଫିଲ୍ମ ଦେଖିବା ପରେ ସୀମାବଦ୍ଧ ସମ୍ପ୍ରଦାୟଗୁଡିକ ସଶକ୍ତ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ସେ କହିଛନ୍ତି ଯେ, ମୁଁ ସେମାନଙ୍କୁ ପ୍ରଥମେ ପାଠ ପଢ଼ାଇବି ଏବଂ ଚାକିରି ପାଇବାରେ ସାହାଯ୍ୟ କରିବି। ଥରେ ସେମାନେ ନିୟମିତ ରୋଜଗାର କରିବାକୁ ସକ୍ଷମ ହେଲେ, ସେମାନେ ଆପେ ଆପେ ସଶକ୍ତ ହେବେ।