କିଏ ଡ୍ରେସ୍‌ ଡିଜାଇନ୍‌ କରନ୍ତି ଏହି ଓଲିଉଡ ନାୟିକାଙ୍କର ?

ଭୁବନେଶ୍ୱର: ଓଲିଉଡରେ ଏବେ ଜଣେ ନାୟିକାଙ୍କ ଏକ ନୂଆ ସିନେମା ଖୁବ୍‌ ଶୀଘ୍ର ରିଲିଜ୍‌ ହେଉଛି। ଏହାର ଟାଇଟଲ ହେଲା ‘ଶକ୍ତି’ । ସୁଧାକର ବସନ୍ତଙ୍କ ନିର୍ଦ୍ଦେଶିତ ଏହି ସିନେମାରେ ନାୟକ ଭୂମିକାରେ ଅଛନ୍ତି ନବାଗତ କରଣ। ତେବେ ‘ଶକ୍ତି’ର ନାୟିକା ସୂର୍‌ମୟୀଙ୍କର ଆଗରୁ ଭଲ ପାଏ ତତେ ୧୦୦ରୁ ୧୦୦ ଏବଂ ‘ଆଖି ଖୋଲିଲେ ତୁ ହି ତୁ’ ରିଲିଜ୍‌ ହୋଇ ସାରିଛି। ଆସନ୍ତୁ ତାଙ୍କ ବିଷୟରେ କିଛି ବ୍ୟକ୍ତିଗତ କଥା ଜାଣିବା । ତାଙ୍କର ପ୍ରକୃତ ନାମ ସୂର୍ଯ୍ୟମୟୀ ମହାପାତ୍ର, ହେଲେ ସ୍କ୍ରିନ୍‌ ନେମ୍‌ ରହିଛି ସୂର୍‌ମୟୀ । ଘରେ କିନ୍ତୁ ତାଙ୍କୁ ସୁଇଟି ବୋଲି ସମସ୍ତେ ଡାକନ୍ତି। । ସୁଟିଂ ସେଟ୍‌ରେ ବି ସମସ୍ତେ ତାଙ୍କୁ ସେହି ନାଆଁ ଧରି ଡାକନ୍ତି ବୋଲି କହନ୍ତି ସୂର୍‌ମୟୀ।ତାଙ୍କର ଜନ୍ମ ତାରିଖ ହେଲା ୧୩ ମଇ ।


ସୂର୍‌ମୟୀଙ୍କ ବାପା ଶଶାଙ୍କ ମହାପାତ୍ର ଦାମନ୍‌ଯୋଡ଼ିର ନାଲ୍‌କୋ ରେ ଭିଜିଲାନ୍ସ ବିଭାଗରେ କାର୍ଯ୍ୟରତ । ତାଙ୍କର ମାଆ ସସ୍ମିତା ଜଣେ ଗୃହିଣୀ । ବାବା ଓ ମା’ଙ୍କ ପୈତୃକ ଘର ଅବଶ୍ୟ କଟକରେ । ସେମାନେ ଦୁଇ ଭଉଣୀ , ଗୋଟିଏ ଭାଇ । ତାଙ୍କର ଦିଦି ସ୍ୱାତୀ  ହିଁ ତାଙ୍କର ସବୁ କଷ୍ଟ୍ୟୁମ୍‌ ଡିଜାଇନ୍‌ କରିଥାଆନ୍ତି ବୋଲି କହନ୍ତି ସୂରମୟୀ । ‘ ମୁଁ ବି ହିରୋଇନ୍‌ ହେବି’ ରିୟଲିଟି ସୋ’ ହେଉ କି ଫିଲ୍ମ ‘ ଭଲ ପାଏ ତତେ ୧୦୦ ରୁ ୧୦୦’ ହେଉ, ଏସବୁ ପାଇଁ ସେ ହିଁ ତାଙ୍କ ଡ୍ରେସ୍‌ ଡିଜାଇନ୍‌ କରିଛନ୍ତି ।

ସମ୍ବନ୍ଧିତ ଖବର