ନୂଆ ରୂପରେ ଆସୁଛନ୍ତି ଓଡ଼ିଆ ନାୟିକା ସୂରମୟୀ

ଭୁବନେଶ୍ବର: ଓଲିଉଡର ଜଣାଶୁଣା ନାୟିକା ସୂରମୟୀ ଏବର୍ଷ ନୂଆ ରୂପରେ ଆସିବେ ବୋଲି ଜଣାଗଲାଣି। ସେ ଏ ବର୍ଷ ଏକ ନୂଆ ସିନେମାରେ ଆସୁଛନ୍ତି। ଏହାର ଟାଇଟଲ୍ ରହିଛି ‘କ୍ରେଜି-ଫୋର୍’। ଏହି ସିନେମାରେ ଚାରିଜଣ କ୍ରେଜି ଲୋକଙ୍କୁ ଦେଖିବାକୁ ମିଳିବ। ଏମାନଙ୍କ ଭିତରୁ ଜଣେ ହେଲେ ସୂରମୟୀ।


ଏହି ଫିଲ୍ମରେ ସୂରମୟୀଙ୍କ ବ୍ୟତୀତ ଅନ୍ୟ ଯେଉଁ ତିନି ଜଣ କ୍ରେଜି ଭୂମିକାରେ ଅଛନ୍ତି,ସେମାନେ ହେଲେ ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି, ଟେଲି ଜଗତର ଜଣାଶୁଣା ଅଭିନେତା ଶୁଭାଶିଷ ଶର୍ମା ଏବଂ ଓଲିଉଡର ଜଣାଶୁଣା ନାୟକ ଅଭିଷେକ।
‘କ୍ରେଜି-ଫୋର୍’ର ନିର୍ଦ୍ଦେଶନା ଦେଇଛନ୍ତି ନବାଗତ ସମରାଜ୍। କେ.ରଂଜନ ଏହାର ପ୍ରଯୋଜନାରେ ଅଛନ୍ତି। ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଏସ୍.ଚନ୍ଦ୍ରକାନ୍ତ।
ସୂଚନାଯୋଗ୍ୟ, ସୂରମୟୀଙ୍କର ଗତବର୍ଷ ଦୁଇଟା ସିନେମା ରିଲିଜ୍ ହୋଇଥିଲା। ଗତବର୍ଷ ତାଙ୍କ ଅଭିନୀତ ‘କ୍ରୀଷ୍ଣା’ ଏବଂ ‘ମିଷ୍ଟର ମଜନୁ’ ରିଲିଜ୍ ହୋଇଥିଲା।


ସୂରମୟୀଙ୍କର ପ୍ରଥମ ମୁକ୍ତିପ୍ରାପ୍ତ ଓଡ଼ିଆ ଛବି ହେଲା ‘ଭଲ ପାଏ ତତେ ୧୦୦ ରୁ ୧୦୦’। ଏଥିରେ ବାବୁସାନ୍ଙ୍କ ବିପକ୍ଷରେ ନାୟିକା ଭାବେ ନଜର ଆସିଥିଲେ ସୂରମୟୀ। ଏହାପରେ ସୂରମୟୀ ‘ଆଖି ଖୋଲିଲେ ତୁ ହି ତୁ’, ‘ଶକ୍ତି’, ‘କ୍ରୀଷ୍ଣା’ ଏବଂ ‘ମିଷ୍ଟର ମଜୁନୁ’ ଆଦି ସିନେମାରେ ନାୟିକା ଭୂମିକାରେ ନଜର ଆସିଛନ୍ତି। ସେ ଇତିମଧ୍ୟରେ ବାବୁସାନ୍ ଓ ଦୀପକଙ୍କ ଭଳି ଲୋକପ୍ରିୟ ନାୟକଙ୍କ ସହିତ ପରଦାରେ ନଜର ଆସିଛନ୍ତି। ଅଭିଷେକଙ୍କ ସହ ‘କ୍ରେଜି-ଫୋର୍’ସୂରମୟୀ କି କମାଲ୍ କରୁଛନ୍ତି ତାହା ଫିଲ୍ମଟି ରିଲିଜ୍ ହେବା ପରେ ଜଣାପଡ଼ିବ।

ସମ୍ବନ୍ଧିତ ଖବର