ଅଙ୍କିତାଙ୍କ ପାଇଁ ସାଢେ ୪ କୋଟି ଟଙ୍କାରେ ଫ୍ଲାଟ କିଣିଥିଲେ ସୁଶାନ୍ତ !

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲାରେ ଇଡି ବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅନୁସନ୍ଧାନ ବେଳେ ଜାଣିବାକୁ ପାଇଛି ଯେ ସୁଶାନ୍ତ ମାଲାଡରେ ୪.୫ କୋଟି ଟଙ୍କାର ଫ୍ଲାଟର କିସ୍ତି ପୂରଣ କରୁଥିଲେ। ଏଜେନ୍ସିର ସୂତ୍ରରୁ ଜଣାଯାଇଛି ଯେ ଏହା ବୋଧହୁଏ ସେହି ଫ୍ଲାଟ ଯେଉଁଠାରେ ଅଙ୍କିତା ଲୋଖଣ୍ଡେ ରହୁଛନ୍ତି। ଅଙ୍କିତା, ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବତନ ପ୍ରେମିକା ଥିଲେ | ସୂଚନାନୁସାରେ, ରିୟା ଚକ୍ରବର୍ତ୍ତୀଙ୍କୁ ପଚରାଉଚରା ବେଳେ ଏହି ଫ୍ଲାଟ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ | ଯଦିଓ ସେ ଏହାର ଇଏମଆଇ ଦେଉଥିଲେ, ତଥାପି ସୁଶାନ୍ତ ଅଙ୍କିତାଙ୍କୁ ଫ୍ଲାଟ ଖାଲି କରିବାକୁ କହିପାରିନଥିଲେ ।

ଯଦିଓ ସୁଶାନ୍ତ ଫ୍ଲାଟ ପାଇଁ କେତେ ଟଙ୍କା ଜମା କରିଛନ୍ତି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ, କିନ୍ତୁ ଜଣା ପଡିଛି ଯେ କେବଳ କିଛି କିସ୍ତି ବାକି ଅଛି। ଏହା ମଧ୍ୟ ଜଣାପଡିଛି ଯେ ସୁଶାନ୍ତଙ୍କ ଆକାଉଣ୍ଟରୁ ପ୍ରତି ମାସରେ ଏହି ଫ୍ଲାଟର ଇଏମଆଇ ଟଙ୍କା କଟାଯାଉଥିଲା। ସୂଚନା ଥାଉ କି ଦିବଗଂତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ବ୍ୟାଙ୍କ୍‌ ଆକ‌ାଉଣ୍ଟ୍‌ରୁ ଅର୍ଥ ହେର୍‌ଫେର୍‌ ମାମଲାରେ ଛନ୍ଦି ହୋଇ ପଡ଼ିଥିବା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ବାରା ପଚରା ଯାଇଥିବା ପ୍ରଶ୍ନର ଉପଯୁକ୍ତ ଉତ୍ତର ଦେବାରେ ବିଫଳ ହୋଇଥିଲେ ।

ଇଡି ସୁଶାନ୍ତଙ୍କ ଫ୍ଲାଟମେଟ ସିଦ୍ଧାର୍ଥ ପିଥାନି, ରିୟାଙ୍କ ପୂର୍ବତନ ମ୍ୟାନେଜର ଶ୍ରୁତି ମୋଦୀ ଏବଂ ତାଙ୍କ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ରିତେଶ ଶାହାଙ୍କୁ ମଧ୍ୟ ପ୍ରଶ୍ନ କରିଥିଲା। ବର୍ତ୍ତମାନ ଇଡି ରିୟାଙ୍କ ୨୦୧୭-୧୮ ଓ ୨୦୧୮-୧୯ ମସିହାର ଆୟକୁ ନେଇ ତଦନ୍ତ ଚଳାଇଛି। ଉଲ୍ଲେଖଯୋଗ୍ୟ, ସୁଶାନ୍ତଙ୍କ ବାପା କେ.କେ ସିଂହ ଅଭିଯୋଗ ଆଣିଥିଲେ ‌ଯେ ରିୟା ସୁଶାନ୍ତଙ୍କୁ ପ୍ରତାରଣା ଦେବା ସହ ତାଙ୍କ ଆକାଉଣ୍ଟ୍‌ରୁ ୧୫ କୋଟି ଟଙ୍କା ନିଜ ଆକାଉଣ୍ଟ୍‌କୁ ଟ୍ରାନ୍ସଫର୍‌ କରିଛନ୍ତି। ଏହା ଉପରେ ଇଡି ଜୁଲାଇ ୩୧ ତାରିଖରେ ବିହାର ପୁଲିସର ଏଫଆଇଆର ଆଧାରରେ ଏକ ମାମଲା ରୁଜୁ କରିଥିଲା।

ସମ୍ବନ୍ଧିତ ଖବର