ମୁମ୍ବାଇ: ବଲିଉଡ଼ର ଲୋକପ୍ରିୟ ନାୟକ ସୁଶାନ୍ତ ସିଂହ ରାଜପୁତଙ୍କର ଏବେ କେତୋଟି ସିନେମା ରିଲିଜ୍ ଅପେକ୍ଷାରେ ଅଛି। ଏଥିପାଇଁ ୨୦୧୮ ବ୍ୟସ୍ତତାର ବର୍ଷ ହେବ ବୋଲି ଏବେଠୁଁ ଜଣାପଡ଼ିଲାଣି।ସେ ଏବେ ପ୍ରଖ୍ୟାତ ନିର୍ଦ୍ଦେଶକ ଅଭିଷେକ ଚୌବେଙ୍କ ନୂଆ ଫିଲ୍ମ ‘ଚମ୍ବଲ’ର ସୁଟିଂ ଆରମ୍ଭ କରିଛନ୍ତି।ଏଥିରେ ପ୍ରଥମଥର ଲାଗି ସୁଶାନ୍ତଙ୍କ ବିପକ୍ଷରେ ଭୂମି ପେଡ଼େନ୍କର ନଜର ଆସିବେ।ଏହା ଚମ୍ବଲ ଡ଼ାକୁଙ୍କ ଜୀବନୀ ଉପରେ ଆଧାରିତ ବୋଲି କୁହାଯାଉଛି।
ତା’ପରେ ସେ ଆହୁରି ଦୁଇଟି ହିନ୍ଦୀ ସିନେମାରେ କାମ କରିବେ ବୋଲି ଜଣାଯାଇଛି।ଏଥିମଧ୍ୟରୁ ଗୋଟିଏ ଫିଲ୍ମ ନିର୍ଦ୍ଦେଶନା ଦେଇଛନ୍ତି ନିତୀଶ୍ ତିଓ୍ଵାରି। ଏଠାରେ ସ୍ମରଣ ଯୋଗ୍ୟ ଯେ,ନୀତିଶ୍ ପୂର୍ବରୁ ଅମୀର ଖାନ୍ ଷ୍ଟାରର ଦଙ୍ଗଲଭଳି ବ୍ଲକ୍ବଷ୍ଟର୍ ଫିଲ୍ମର ନିର୍ଦ୍ଦେଶନା ଦେଇ ବଲିଉଡ଼୍ରେ ବେଶ୍ ଲୋକପ୍ରିୟତା ହାସଲ କରିଥିଲେ।ପ୍ରାପ୍ତ ସୂଚନା ଅନୁଯାୟୀ, ଏହି ନାମକରଣ ହୋଇ ନଥିବା ସିନେମାର ସୁଟିଂ ଆଗାମୀ ଜୁନ୍ ମାସରେ ଆରମ୍ଭ ହେବ ବୋଲି ସୂଚନା ମିଳିଛି।
ତେଣେ ସୁଶାନ୍ତ ସିଂହ ରାଜପୁତ ଅନ୍ୟ ଏକ ହିନ୍ଦୀ ସିନେମାରେ ବି ସାଇନ୍ କରିଥିବା ନେଇ ଚର୍ଚ୍ଚା ହେଉଛି।ଏହାର ନିର୍ଦ୍ଦେଶନା ଦେବେ ଜଣେ ନବାଗତ ସୁଶାନ୍ତ ଛାବ୍ଡ଼ା।ଏହି ଫିଲ୍ମରେ କିଏ ନାୟିକା ହେବେ ତାହା ଏଯାବତ୍ ଜଣାପଡ଼ି ନାହିଁ।
/sambad/media/post_attachments/wp-content/uploads/2018/01/susant-sara-300x224.png)
ଏସବୁ ଫିଲ୍ମ ବ୍ୟତୀତ ସୁଶାନ୍ତ ତାଙ୍କର ଅନ୍ୟ ଏକ ସିନେମା ‘କେଦାରନାଥ’ର ପ୍ରମୋସନ୍ ପାଇଁ ବି ସମୟ ଦେବେ। ଅଭିଷେକ କପୁର୍ ଏହି ଫିଲ୍ମର ନିର୍ଦ୍ଦେଶକ ଏବଂ ଏଥିରେ ସୈଫ୍ ଅଲ୍ଲୀ ଖାନ୍ଙ୍କ କନ୍ୟା ସାରା ଅଲ୍ଲୀ ଖାନ୍ ନାୟିକା ଭୂମିକାରେ ଡ଼େବ୍ୟୁ କରୁଛନ୍ତି।ଏଠାରେ ସୂଚନାଯୋଗ୍ୟ ସୁଶାନ୍ତ ସିଂହ ରାଜପୁତ ‘କାଇପୋଚେ’,‘ରାବ୍ତା’,‘ଏମ୍ ଏସ୍ ଧୋନି’ ଆଦି ସିନେମାରେ ହିରୋ ଭାବେ ନଜର ଆସିଛନ୍ତି।