ମୁମ୍ବାଇ: ବଲିଉଡର ଗ୍ଲାମରସ୍ ନାୟିକା କ୍ରିତି ସାନନ୍ ନିଜର ସଂପର୍କକୁ ଅଫିସିଆଲ୍ କରିବାକୁ ଚାହାଁନ୍ତି। ବଲିଉଡର ଏହି ଲଭ ବାର୍ଡସ୍ ହେଉଛନ୍ତି ସୁଶାନ୍ତ ସିଂହ ରାଜପୁତ-କ୍ରିତି ସାନନ୍ । ଏହି ପ୍ରେମୀଯୁଗଳଙ୍କୁ କେତେକ ସାର୍ବଜନିକ ଜାଗାରେ ଏକାଠି ଦେଖିବାକୁ ମିଳୁଛି। ଚର୍ଚ୍ଚା ହେଉଛି ଯେ କ୍ରିତି ସାନନ୍ ଚାହୁଁଛନ୍ତି ଯେ ଉଭୟେ ଏହି ସଂପର୍କକୁ ଆନୁଷ୍ଠାନିକଭାବେ ଘୋଷିତ କଲେ ଆଉ କେହି ନାୟିକା ସୁଶାନ୍ତଙ୍କ ସହ ଆଫେଆର କଥା ଚିନ୍ତା ବି କରିପାରିବେ ନାହିଁ। କିନ୍ତୁ ଏଥିପାଇଁ ସୁଶାନ୍ତ ସଂପୂର୍ଣ୍ଣରୂପେ ପ୍ରସ୍ତୁତ ନଥିବା କୁହାଯାଉଛି। ସେ ଆଉ କିଛି ଦିନ ଲିଭ୍ ଇନ୍ ସପକ୍ଷରେ ଅଛନ୍ତି।
ଏଠାରେ ସୂଚନାଯୋଗ୍ୟ ଯେ ଯେବେଠୁଁ ସେକ୍ସି ଆଣ୍ଡ୍ ଗ୍ଲାମରସ୍ ନାୟିକା କ୍ରିତି ସାନନ୍ ଫିଲ୍ମ ରବ୍ତା ରେ କାମ କରିଥିଲେ, ସେବେଠୁଁ ‘ରବ୍ତା’ କୋ-ଷ୍ଟାର୍ ସୁଶାନ୍ତ ସିଂହ ରାଜପୁତଙ୍କ ସହିତ କ୍ରିତିଙ୍କର ଆଫେଆର୍କୁ ନେଇ ପ୍ରତ୍ୟେକ ସମୟରେ ଚର୍ଚ୍ଚା ଲାଗି ରହୁଛି ।
କ୍ରିତି ବଲିଉଡ୍ର ସାଜିଦ୍ ନାଡିଆଓ୍ଵାଲାଙ୍କ ପ୍ରଯୋଜିତ ତଥା ଶବୀର ଖାନ୍ଙ୍କ ନିର୍ଦ୍ଦେଶିତ ହିଟ୍ ଫିଲ୍ମ ‘ ହିରୋପନ୍ତି’ ଜରିଆରେ ଡେବ୍ୟୁ କରିଥିଲେ । ଏଥିରେ ତାଙ୍କର ହିରୋ ବନିଥିଲେ ଜ୍ୟାକି ଶ୍ରଫ୍ଙ୍କ ପୁତ୍ର ଟାଇଗର୍ ଶ୍ରଫ । ‘ହିରୋପନ୍ତି’ର ସୁଟିଂ ସମୟରେ ଟାଇଗରଙ୍କ ସହ କ୍ରିତିଙ୍କର ଆଫେଆର୍ର ଚର୍ଚ୍ଚା ଆଦୌ ହୋଇ ନ ଥିଲା । ତା’ପରେ ସେ ବରୁଣ ଧଓ୍ଵନ୍ଙ୍କ ଅପୋଜିଟ୍ରେ ରୋହିତ ସେଟ୍ଟିଙ୍କ ମଲଟି ଷ୍ଟାର୍ର ଫିଲ୍ମ ‘ ଦିଲଓ୍ଵାଲେ’ ରେ କାମ କରିଥିଲେ । ସେତେବେଳେ ବି ବରୁଣଙ୍କ ସହ କ୍ରିତି ଆଦୌ ଅଫ୍ସ୍କ୍ରିନ୍ ରୋମାନ୍ସ କରି ନ ଥିଲେ । ଅପରପକ୍ଷରେ ସୁଶାନ୍ତ ସିଂ ରାଜପୁତ ଛୋଟ ପରଦାରୁ କ୍ୟାରିଅର୍ ଆରମ୍ଭ କରିଥିଲେ । ସେହି ସମୟରେ ସେ ଟେଲି ତାରକା ଅଙ୍କିତା ଲୋଖଣ୍ଡେଙ୍କ ସହ ଲିଭ୍ ଇନ୍ ରିଲେସନରେ ଥିଲେ ହେଲେ ବଡ଼ ପରଦାରେ ହିରୋ ହେବାପରେ ଉଭୟଙ୍କ ଭିତରେ ଥିବା ପ୍ରେମ ସଂପର୍କ ତୁଟି ଯାଇଥିଲା। ଏହାପରେ ସୁଶାନ୍ତ କ୍ରିତିଙ୍କ ପ୍ରେମରେ ପଡ଼ିଥିଲେ।
/sambad/media/post_attachments/wp-content/uploads/2018/02/kriti-sanon-sushant-singh-rajput-759-300x167.jpg)
ତେବେ ସୁଶାନ୍ତ ସିଂ ରାଜପୁତଙ୍କ ସହିତ କ୍ରିତି ଛୁଟି ବିତାଇବା ଲାଗି ବିଦେଶକୁ ଯିବା ପରେ ଆଫେଆର ପ୍ରସଙ୍ଗଟା ପକ୍କା ବୋଲି ଧରି ନିଆଗଲା । ଏ ସଂପର୍କରେ ଆଦୌ କ୍ରିତି କେବେ ବି ମୁହଁ ଖୋଲୁ ନ ଥିଲେ । ହେଲେ ଏବେ ସେ ଏ ସଂପର୍କରେ ପ୍ରତିକ୍ରିୟା ରଖଥିଲେ ବେଶ କିଛି ଦିନପରେ । କ୍ରିତି କହିଥିଲେ ଯେ ବଲିଉଡ୍ରେ କୋ-ଷ୍ଟାର୍ଙ୍କ ସହ ଲିଙ୍କ ଅପ୍ର ଖବର ଦେହ ସୁହା ହୋଇ ଗଲାଣି । ଏହା ସେମାନଙ୍କର ପର୍ସନାଲ ବା ପ୍ରଫେସନାଲ ଲାଇଫ୍ ଉପରେ କିଛି ପ୍ରଭାବ ପକାଇବା ନାହିଁ ବୋଲି ମଧ୍ୟ କହିଥିଲେ । ସୁଶାନ୍ତଙ୍କ ସହ ତାଙ୍କର ସଂପର୍କ କ’ଣ ତାହା ନିଶ୍ଚିତ ରୂପେ ସମସ୍ତେ ଜାଣିବେ ବୋଲି କହିଛନ୍ତି କ୍ରିତି । ଏବେ ଦେଖିବା କଥା କେବେ ସୁଶାନ୍ତ ସିଂହ ଏବଂ କ୍ରିତି ସାନନ୍ ଅଫିସିଆଲ୍ କରୁଛନ୍ତି ସେମାନଙ୍କର ପ୍ରେମ ସଂପର୍କକୁ !