ନୂଆଦିଲ୍ଲୀ: ଆଜି ରିୟା ଚକ୍ରବର୍ତ୍ତୀଙ୍କ ଜାମିନ ଆବେଦନକୁ କୋର୍ଟ ଖାରଜ କରି ଦେଇଛନ୍ତି। ଡ୍ରଗ୍ସ ମାମଲାରେ ରିୟା ଏବଂ ସୁଶାନ୍ତଙ୍କ ବିଷୟରେ ଏବେ କିଛି ନୂଆ ତଥ୍ୟ ସାମ୍ନାକୁ ଆସିଛି। କୁହାଯାଉଛି ଯେ କରୋନା ମହାମାରୀ ପାଇଁ ଜାରି ହୋଇଥିବା ଲକଡାଉନ୍ ସମୟରେ ସୁଶାନ୍ତ ରିୟାଙ୍କ ଘରେ କିଛି ସମୟ ବିତାଇବାକୁ ଚାହୁଁଥିଲେ। ଏଥିପାଇଁ ସୁଶାନ୍ତଙ୍କ ଘରୁ ରିୟାଙ୍କ ଘରକୁ ଏକ କୋରିଅର୍ ପଠାଯାଇଥିଲା |
ସୁଶାନ୍ତଙ୍କ ଘରୁ ଦୀପେଶ ସାୱନ୍ତ ଏକ କୋରିଅର ଆଣି କୋରିଅର ବଏକୁ ଦେଇଥିଲେ । ଏବଂ ଶୋଭିକ୍ ରିୟାଙ୍କ ଘରୁ ଉକ୍ତ କୋରିଅର ପ୍ୟାକେଟକୁ ନେଇଥିଲେ।| ଏହି କୋରିଅରରେ ଅଧା କିଲୋ ଡ୍ରଗସ ଥିବା ଜଣାପିଛି। ଡ୍ରଗ୍ସ ଥିବା କୋରିଅର ଯେମିତି ଧରା ନପଡ଼ିଯାଏ ସେଥିପାଇଁ କୋରିଅର ପ୍ୟାକେଟରେ ଘରର କିଛି ସମାଗ୍ରୀ ମଧ୍ୟ ରଖା ଯାଇଥିଲା। ଏହି କୋରିଅର ପ୍ୟାକେଟକୁ ଏପ୍ରିଲ୍ ମାସ ଭିତରେ ପଠାଯାଇଥିଲା |
India Todayଲକଡାଉନରେ ଯାଞ୍ଚ କଡ଼ାକଡ଼ି ଥିବାରୁ ଯେମିତି ଏହି ଡ୍ରଗ୍ସ ପ୍ୟାକେଟ୍ ଧରା ପଡ଼ି ନଯାଏ ସେଥିପାଇଁ କୋରିଅର ପ୍ୟାକେଟରେ ଏହାକୁ ପ୍ୟାକିଂ କରାଯାଇଥିଲା |
ସୂଚନାନୁସାରେ, ଲକଡାଉନ୍ ସମୟରେ ସୁଶାନ୍ତ ରିୟାଙ୍କ ଘରକୁ ଯିବାର ଥିଲା। ସେଥିପାଇଁ ଡ୍ରଗ୍ଦ ଭର୍ତ୍ତି ଏକ କୋରିଅର ରିୟାଙ୍କ ଘରକୁ ପଠାଯାଇଥିଲା। ବର୍ତ୍ତମାନ ଏନସିବି ଏହାକୁ ନେଇ ଖୋଲତାଡ଼ ଆରମ୍ଭ କରିଛି।
ଅନ୍ୟପଟେ ଖବର ଆସିଛି କି, ବଲିଉଡର ୧୫ ଜଣ ସେଲିବ୍ରିଟି ଏନସିବି ରାଡାରରେ ଅଛନ୍ତି। ଏମାନଙ୍କ ନାମ ପଚରାଉଚରା ସମୟରେ ରିୟା ଏନସିବିକୁ କହିଥିଲେ। ଏହି ସେଲିବ୍ରିଟିମାନେ ଡ୍ରଗ୍ସ ସେବନ କରୁଥିବା ଅଭିଯୋଗ ହୋଇଛି। ଏହି ସମସ୍ତ ବଲିଉଡ ସେଲିବ୍ରିଟିମାନେ ବି ବର୍ଗରେ ଅଛନ୍ତି |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/download-1-4.jpg)