ସୁଶାନ୍ତଙ୍କ ମହମ ମୂର୍ତି ଗଢ଼ିଲେ ସୁଶାନ୍ତ

ଲଣ୍ଡନରେ ‘ମାଡାମେ ତୁଷାଦ୍‌’ ମ୍ୟୁଜିୟମ୍‌‌ରେ ବିଶ୍ବର ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ମହମ ନିର୍ମିତ ପ୍ରତିମୂର୍ତ୍ତି ରହିଛି। ତାହାକୁ ଅନୁକରଣ କରି ପଶ୍ଚିମବଙ୍ଗର ସୁଶାନ୍ତ ରାୟ ନାମକ ଜଣେ ମୂର୍ତିକାର ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମହମ ପ୍ରତିମୂର୍ତି ତିଆରି କରିଛନ୍ତି। ପୂର୍ବରୁ ସେ ବିଗ୍‌ ବି ଅମିତାଭ ବଚ୍ଚନ ଓ କ୍ରିକେଟର୍‌ ବିରାଟ କେହଲିଙ୍କ ସମେତ ବହୁ ରାଜନେତାମାନଙ୍କର ଏଭଳି ମହମ ପ୍ରତିମୂର୍ତି ତିଆରି କରିସାରିଛନ୍ତି। ସୁଶାନ୍ତ ଆସାନସୋଲ୍‌ରେ ଏକ ସଂଗ୍ରହଳାୟ କରିଛନ୍ତି। ଏଥିରେ ବଡ଼ ବଡ଼ ବ୍ୟକ୍ତିତ୍ବଙ୍କ ମହମ ମୂର୍ତି ସ୍ଥାନ ପାଇଛି। ସୁଶାନ୍ତ ଏ ବାବଦରେ କହିଛନ୍ତି, ସୁଶାନ୍ତ ସିଂହ ମୋର ପ୍ରିୟ ଅଭିନେତାମାନଙ୍କ ମଧ୍ୟରେ ଅନ୍ୟତମ ଥିଲେ। ତାଙ୍କର ଏଭଳି ମୃତ୍ୟୁ ମତେ ମର୍ମାହତ କରିଛି। ଏଣୁ ତାଙ୍କ ସ୍ମୃତିରେ ମୁଁ ଏହି ମହମ ମୂର୍ତି ତିଆରି କରିଛି। ଏହା ଏବେ ମୋ ସଂଗ୍ରହାଳୟରେ ରହିବ। ଯଦି ସୁଶାନ୍ତଙ୍କ ପରିବାରଲୋକ ଚାହାନ୍ତି, ତାଙ୍କ ପା‌ଇଁ ମୁଁ ଆଉ ଏକ ପ୍ରତିମୂର୍ତି ଗଢ଼ିଦେବି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର