ମୁମ୍ବାଇ: ସୁଶାନ୍ତ ମୃତ୍ୟୁ ମାମଲାରେ ଡ୍ରଗ୍ସ କାରବାର ସାମ୍ନାକୁ ଆସିବା ପରେ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍, ରକୁଲ ପ୍ରୀତ୍ ଓ ଶ୍ରଦ୍ଧା କପୁରଙ୍କ ସଂପୃକ୍ତି ସାମ୍ନାକୁ ଆସୁଛି। ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍ସିବି) ଏବେ ସୁଶାନ୍ତଙ୍କ ଲୋନାବଲାସ୍ଥିତ ଫାର୍ମ ହାଉସ୍ ସମ୍ମୁଖରେ ଥିବା ଆପତି ଗବଂଡେ ଟାପୁରେ ଛାନ୍ଭିନ୍ ଆରମ୍ଭ କରିଛି। ସୁଶାନ୍ତ ଅଧିକାଂଶ ସମୟରେ ଏହି ଟାପୁରେ ନିଜ ବନ୍ଧୁମାନଙ୍କ ସହ ସମୟ ବିତାଉଥିଲେ। ଏଠାରେ ଲଗାତାର ନିଶା ପାର୍ଟି ହେଉଥିବା ଜାଣିବାକୁ ପାଇଛି।
ଏନ୍ସିବି ଏହି ଟାପୁର ଜଣେ ବ୍ୟକ୍ତିଙ୍କର ବୟାନ ମଧ୍ୟ ରେକର୍ଡ କରିଛି। ଉକ୍ତ ବ୍ୟକ୍ତିଙ୍କ ବୟାନ ଅନୁସାରେ, ସୁଶାନ୍ତଙ୍କ ସହ ରିୟା ବହୁତଥର ସେଠାକୁ ଯାଇଛନ୍ତି। ଏଥିସହ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍ ସେଠାକୁ ୪ରୁ ୫ଥର ଯାଇଥିବା ବେଳେ ସୁଶାନ୍ତଙ୍କ ସହ ଶ୍ରଦ୍ଧା କପୁର୍ ବି ଯାଇଥିବା ଜାଣିବାକୁ ମିଳିଛି। ଏହାଛଡ଼ା ଲଗାତାର ସୁଶାନ୍ତଙ୍କ ସହ ଦୀପେଶ ସାୱନ୍ତ, ସାମୁଏଲ୍ ମିରାଣ୍ଡା ଓ ସୌଭିକ୍ ଚକ୍ରବର୍ତୀ ପ୍ରମୁଖ ମଧ୍ୟ ସେହି ଟାପୁକୁ ଯାଇଥିଲେ।
ଡ୍ରଗ୍ସ କାରବାର ମାମଲାରେ ଗିରଫ ହୋଇଥିବା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ବୟାନ ଆସିବା ପରେ ଲୋନାବଲାସ୍ଥିତ ଫାର୍ମ ହାଉସ୍ରେ ଛାନ୍ଭିନ୍ କରିଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍ସିବି)। ଫାର୍ମହାଉସ୍କୁ ସୁଶାନ୍ତ ଭଡ଼ାସୂତ୍ରରେ ନେଇଥିଲା ବେଳେ ପ୍ରାୟ ସମୟରେ ସେଠାକୁ ଯାଉଥିଲେ। ଏନ୍ସିବିକୁ ସେଠାରୁ ହୁକ୍କା ପାନ କରିବା ପାଇଁ ବ୍ୟବହୃତ ହେଉଥିବା ବଡ୍, ଗଞ୍ଜେଇ ଟାଣିବା ସାମଗ୍ରୀ ଓ କିଛି ଔଷଧ ମିଳିଛି। ସୁଶାନ୍ତଙ୍କ ଫାର୍ମ ହାଉସ୍ରେ ଡଗ୍ସ ପାର୍ଟିର ଆୟୋଜନ ହେଉଥିଲା ବୋଲି ଏଥିରୁ ଏକପ୍ରକାର ସ୍ପଷ୍ଟ ହେଉଛି। ଏହାସହ ଏନ୍ସିବି ଫାର୍ମ ହାଉସ୍ର ସିସିଟିଭି ଫୁଟେଜ୍ ବି ଜବତ କରିଛି।