ଯଦି ସକାଳୁ ପ୍ରଧାନମନ୍ତ୍ରୀ ମୋଦୀ, ବିରାଟ ଓ କଙ୍ଗନା ରାଣାଓ୍ଵତ୍‌ ହୋଇ ଉଠନ୍ତି, ତେବେ କ’ଣ କରିବେ? ପ୍ରଶ୍ନର ଏଭଳି ମଜାଦାର ଉତ୍ତର ଦେଲେ ସୁଶାନ୍ତ

ମୁମ୍ବାଇ : ଦିଲ୍ଲୀର ଜବାହାରଲାଲ୍‌ ନେହେରୁ ଷ୍ଟାଡିୟମରେ ଆୟୋଜିତ ଇଣ୍ଡିଆ ଟୁଡେର ମାଇଣ୍ଡ ରକ୍ସ ୨୦୧୯ କାର୍ଯ୍ୟକ୍ରମରେ ଅନେକ ଜଣାଶୁଣା ବ୍ୟକ୍ତିତ୍ବ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମର ‘ହ୍ଵାଟ୍‌ ବଲିଉଡ୍‌ ଟଟ୍‌ ମି’ ଅଧିବେଶନରେ ଅଭିନେତା ସୁଶାନ୍ତ ସିଂହ ରାଜପୁତ୍‌ ସାମିଲ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ନିଜ ଜୀବନର ଅନେକ ବଡ଼ ବଡ଼ ରାଜ୍‌ ଖୋଲିଥିଲେ । କାର୍ଯ୍ୟକ୍ରମର ରାପିଡ୍‌ ଫାୟାର ରାଉଣ୍ଡରେ ତାଙ୍କୁ ଅନେଜ ମଜାଦାର ପ୍ରଶ୍ନ କରାଯାଇଥିବା ବେଳେ ତାହାର ମଜାଦାର ଉତ୍ତର ଦେଇଥିଲେ ସୁଶାନ୍ତ ।

Related image
bhojpuri.rvcj.com

ଏହି କାର୍ଯ୍ୟକ୍ରମରେ ସୁଶାନ୍ତଙ୍କୁ ପ୍ରଶ୍ନ କରାଯାଇଥିଲା କି, ଯଦି ସେ ଦିନେ ସକାଳୁ ପ୍ରଧାନମନ୍ତ୍ରୀ ମୋଦୀ, ଭାରତୀୟ କ୍ରିକେଟ ଟିମ୍‌ର ଅଧିନାୟକ ବିରାଟ କୋହଲୀ ଓ ଅଭିନେତ୍ରୀ କଙ୍ଗନା ରାଣାଓ୍ଵତ୍‌ ହୋଇ ଉଠନ୍ତି, ତେବେ ସେ କ’ଣ କରିବେ? ଏହାର ଉତ୍ତର ରଖି ଯଦି ମୁଁ ପ୍ରଧାନମନ୍ତ୍ରୀ ମୋଦୀ ହୋଇ ଉଠେ ତେବେ ଭାରତକୁ ଭଲ ଦିଗରେ ବଦଳାଇବି । ଯଦି ମୁଁ କ୍ରିକେଟ ଟିମ୍‌ର ଅଧିନାୟକ ବିରାଟ କୋହଲୀ ହୋଇ ଉଠେ ତେବେ ମୁଁ ଆଉ ୧୦୦ରନ୍‌ କରିବି । ଯଦି କଙ୍ଗନା ରାଣାଓ୍ଵତ୍‌ ହୋଇ ଉଠେ ତେବେ ମୁଁ କେବଳ ଜରୁରୀ ବିଷୟ ଉପରେ କଥା ହେବି ବୋଲି କହିଥିଲେ ସୁଶାନ୍ତ ।

ସମ୍ବନ୍ଧିତ ଖବର