ଟିଭି କଳାକାର ସୁଶାନ୍ତ ସିଂହଙ୍କ ସାନ ଭଉଣୀକୁ ହୋଇଛି ଗମ୍ଭୀର ରୋଗ,ସୋସିଆଲ୍‌ ମିଡିିଆ ମାଧ୍ୟମରେ ଜାଣିବାକୁ ଚାହୁଁଛନ୍ତି ଚିକିତ୍ସାର ଉପାୟ

ମୁମ୍ବାଇ : ଅନେକ ବଲିଉଡ୍‌ ଫିଲ୍ମରେ ସହ-କଳାକାର ଭାବରେ କାମ କରି ସାରିଥିବା ସୁଶାନ୍ତ ସିଂହ ଏବେ ଦୁଃଖର ସମୟ ଦେଇ ଗତି କରୁଛନ୍ତି । ତାଙ୍କ ସାନ ଭଉଣୀ ସୋଫିଆ ନିଉରୋଲଜିକାଲ ଡ଼ିଜ୍‌ଅର୍ଡ଼ର ଭଳି ରୋଗର ଶିକାର ହେବା ପରେ ସେ ତାଙ୍କୁ ସୁସ୍ଥ କରିବା ପାଇଁ ଅନେକ ବାଟ ଆପଣାଇ ଶେଷରେ ହାର୍‌ ମାନିଛନ୍ତି । ଏଥିପାଇଁ ସେ ସୋସିଆଲ ମିଡ଼ିଆରେ ସାହାରା ନେଇଛନ୍ତି । ସୋସିଆଲ ମିଡ଼ିଆ ଜରିଆରେ ସେ ଲୋକାମାନଙ୍କଠାରୁ ସାହାଯ୍ୟ ମାଗିଥିବା ଦେଖା ଯାଇଛି । ସୁଶାନ୍ତ ନିଜ ଭଉଣୀଙ୍କ ସହ ଫଟୋ ସେୟାର କରି,ମୋ ସାନ ଭଉଣୀ ନିଉରୋଲଜିକାଲ ଡ଼ିଜ୍‌ଅର୍ଡ଼ର ଭଳି ରୋଗର ଶିକାର ହେବା ପରେ ମୁଁ ଅନେକ ଚିକିତ୍ସା କରି ସଫଳ ହୋଇ ପାରି ନାହିଁ ।

ଦୟାକରି ଆପଣମାନେ ଆପଣଙ୍କ ଜାଣତରେ ଥିବା ଡ଼ାକ୍ତରଙ୍କ ନମ୍ବର ଦେବା ସହ ଠିକ୍‌ ଲୋକ ପାଖରେ ପହଞ୍ଚାଇବେ ବୋଲି ଅନୁରୋଧ କରିଥିବା ଦେଖାଯାଇଛି । ସୁଶାନ୍ତଙ୍କ ଏହି ଟ୍ଵିଟ୍‌ ପରେ ୧୨ହଜାରରୁ ଅଧିକ ଲୋକ ରି-ଟ୍ଵିଟ୍‌ କରିଛନ୍ତି । କିଛି ଲୋକ ତାଙ୍କୁ ଡ଼ାକ୍ତରଙ୍କ ନମ୍ବର ଦେବା ସହ ହସ୍ପିଟାଲ ବିଷୟରେ ମଧ୍ୟ ଜଣାଇଥିବା ଦେଖା ଯାଇଛି ।

ସମ୍ବନ୍ଧିତ ଖବର