ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହଙ୍କ ମୃତ୍ୟୁକୁ ୟା ମଧ୍ୟରେ ୨ ମାସ ବିତିଗଲାଣି। ଏବେ ବି ତାଙ୍କ ସଂପର୍କିତ ଗୋଟାଏ ପରେ ଗୋଟାଏ ତଥ୍ୟର ଖୁଲାସା ହେବାରେ ଲାଗିଛି। ନିକଟରେ ଭାଇରାଲ୍ ହୋଇଥିବା ଏକ ହ୍ବାଟ୍ସଆପ୍ ଚାଟ୍ରୁ ସ୍ପଷ୍ଟ ହୋଇଛି ଯେ ଅଭିନେତା ସୁଶାନ୍ତ ସିଂ ରାଜପୁତ ତାଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନଙ୍କୁ ଥରେ ମାତ୍ର ସାକ୍ଷାତ କରିଥିଲେ। ଦିଶାଙ୍କ ସହ ସୁଶାନ୍ତ ଶେଷ ଥର ପାଇଁ ଜୁଲାଇରେ ଚାଟ୍ କରିଥିଲେ। ସଶାନ୍ତଙ୍କ ମୃତ୍ୟୁର ୨ ମାସ ପୂର୍ବରୁ ଦିଶାଙ୍କ ସହ ତାଙ୍କର ହ୍ବାଟ୍ସଆପ୍ ଯୋଗାଯୋଗ ନଥିଲା। ଆପଣ ଜାଣିଥିବେ ନିଶ୍ଚୟ ଯେ ସୁଶାନ୍ତ ଓ ଦିଶା ଗୋଟାଏ ସପ୍ତାହ ବ୍ୟବଧାନରେ ଆତ୍ମହତ୍ୟା କରିଥିଲେ।
ଏକ ଗଣମାଧ୍ୟମ ସଂସ୍ଥାର ରିପୋର୍ଟ ଅନୁଯାୟୀ, ଦିଶା ଏପ୍ରିଲରେ ଏକ ଖାଇବା ତେଲ ପାଇଁ ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟ ବିଷୟରେ ସୁଶାନ୍ତଙ୍କ ସହ ହ୍ବାଟ୍ସଆପ୍ ଚାଟ୍ କରିଥିଲେ। ସେଥିପାଇଁ ସେ ସୁଶାନ୍ତଙ୍କୁ ସବିଶେଷ ତଥ୍ୟ ମାଗିଥିଲେ। କିଛି ଦିନ ପରେ, ସେ ଲୋକପ୍ରିୟ ମଲ୍ଟିପ୍ଲେୟାର ଗେମ୍ ପବ୍ଜି ପାଇଁ ଏକ ଡିଜିଟାଲ୍ କ୍ୟାମ୍ପେନ୍ ବିଷୟରେ ତାଙ୍କ ସହ ଯୋଗାଯୋଗ କରିଥିଲେ। ଦୁହେଁ ଅନ୍ୟ ଏକ ପ୍ରମୋସ୍ନାଲ୍ କ୍ୟାମ୍ପେନ୍ ପାଇଁ ମଧ୍ୟ ଆଲୋଚନା କରିଥିଲେ।