ସିନେମା ଘରେ ନୁହେଁ ଏଠାରେ ରିଲିଜ୍‌ ହେବ ଜାକ୍‌ଲିନ୍‌ ଓ ସୁଶାନ୍ତଙ୍କ ଫିଲ୍ମ ‘ଡ୍ରାଇଭ୍‌’

ମୁମ୍ବାଇ : ଅଭିନେତା ସୁଶାନ୍ତ ସିଂହ ରାଜପୁତ୍‌ ଓ ଅଭିନେତ୍ରୀ ଜାକ୍‌ଲିନ୍‌ ଫର୍ଣ୍ଣାଡିଜ୍‌ଙ୍କ ଫିଲ୍ମ ‘ଡ୍ରାଇଭ୍‌’ ବିଗତ କିଛି ଦିନ ହେଲାଣି ଚର୍ଚ୍ଚାରେ ରହିଛି । ତେବେ ଫିଲ୍ମକୁ ନେଇ ଏବେ ବଡ଼ ଘୋଷଣା କରାଯାଇଛି । ଫିଲ୍ମଟି ସିନେମା ଘରରେ ନୁହେଁ ବରଂ ନେଟ୍‌ଫ୍ଲିକ୍ସରେ ରିଲିଜ୍‌ ହେବ ବୋଲି ଜଣାପଡ଼ିଛି । ଏହା ନେଟ୍‌ଫ୍ଲିକ୍ସର ପ୍ରଥମ ଅରିଜିନାଲ ଫିଲ୍ମ ହେବାକୁ ଯାଉଛି ।

ଯେଉଁମାନେ ନେଟ୍‌ଫ୍ଲିକ୍ସର ସବ୍‌ସ୍କ୍ରିପ୍‌ସନ ନେଇଛନ୍ତି, କେବଳ ସେହିମାନେ ହିଁ ଏହି ଫିଲ୍ମକୁ ଦେଖିପାରିବେ । ଏହି ଫିଲ୍ମର ନିର୍ଦ୍ଦେଶନା ତରୁଣ ମନ୍‌ସୁଖାନୀ ଦେଇଥିବା ବେଳେ ବୋମନ ଇରାନୀ, ପଙ୍କଜ ତ୍ରିପାଠୀ, ବିଭା ଛିବର, ସପନା ପବ୍ଦୀ ଓ ବିକ୍ରମଜିତ୍‌ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ନଜର ଆସିବେ । ଫିଲ୍ମର କାହାଣୀ  କାର୍‌ ରେସିଂକୁ ନେଇ ତିଆରି ହୋଇଥିବା ଜଣାପଡ଼ିଛି । ନିର୍ଦ୍ଦେଶକ-ପ୍ରଯୋଜକ କରଣ ଜୋହର ଫିଲ୍ମର ଦୁଇଟି ପୋଷ୍ଟର ଟୁଇଟ୍‌ କରି ଫିଲ୍ମଟି ନେଟ୍‌ଫ୍ଲିକ୍ସରେ ରିଲିଜ୍‌ ହେବ ବୋଲି ଲେଖିବା ପରେ ଖବରଟି ସାମ୍ନାକୁ ଆସିଛି ।

ସମ୍ବନ୍ଧିତ ଖବର