ତମେ ମୋତେ ଧୋକ୍କା ଦେଲ, ଦେଇଥିବା କଥା ନରଖି ଏକା ଛାଡ଼ି ଚାଲିଗଲ…

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ପରି ବଡ଼ ପଦକ୍ଷେପ ନେବା ପରେ ତାଙ୍କ ପ୍ରଶଂସକରୁ ନେଇ ସଂପର୍କୀୟ ଓ ବନ୍ଧୁ ସଭିଁଙ୍କୁ ଶକ୍ତ ଧକ୍କା ଲାଗିଛି। ସୁଶାନ୍ତଙ୍କ ଘନିଷ୍ଠ ବନ୍ଧୁ ସନ୍ଦୀପ ସିଂହ ବି ସେ ସମସ୍ତଙ୍କ ମଧ୍ୟରୁ ଅନ୍ୟତମ। ସନ୍ଦୀପ ମଙ୍ଗଳବାର ଅଙ୍କିତାଙ୍କ ସହ ସୁଶାନ୍ତଙ୍କ ବାନ୍ଦ୍ରାସ୍ଥିତ ଆପାର୍ଟମେଣ୍ଟ୍‌କୁ ଯାଇଥିଲେ। ତା ପୂର୍ବରୁ ସୋମବାର ବି ସେ ସୁଶାନ୍ତଙ୍କ ଘରକୁ ଯ‌ାଇଥିଲେ।

ସନ୍ଦୀପ ସୁଶାନ୍ତଙ୍କ ଘରୁ ଫେରିବା ପରେ ଭାବପ୍ରବଣ‌ ହୋଇ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ରେ ଏକ ପୋଷ୍ଟ୍‌ କରିଛନ୍ତି। ସୁଶାନ୍ତଙ୍କ ସହ ବିତାଇଥିବା ରଂଗୀନ ମୁହୂର୍ତ୍ତର ଏକ ଫଟୋ ବି ସେୟାର୍‌ କରିଛନ୍ତି ସେ।

 

ସେ ତାଙ୍କ ଇନ୍‌ଷ୍ଟା ‌ପୋଷ୍ଟ୍‌ରେ ଲେଖିଛନ୍ତି, ‘ଭାଇ ଯେତେବେଳେ ତୁମ ଘରକୁ ପଶିଲି ‌ସେତେବେଳେ ମୋତେ ଆଲିଙ୍ଗନ କରିବାକୁ ତୁମେ ନଥିଲ। ସେଠାରେ କୌଣସି ପ୍ରକାର ମସ୍ତି ଆଉ ହସଖୁସି ନଥିଲା। ତୁମ ସହ ୧୦ ବର୍ଷର ସଂପର୍କ। ତୁମର ଏପରି ନିଷ୍ପତ୍ତି ମୋତେ ଦୋହଲାଇ ଦେଇଛି। ମୁଁ ନିଶବ୍ଦ। ଆ‌ମର ସମସ୍ତ ସ୍ମୃତିକୁ ମୁଁ ମନେ ପକାଇବି। ତୁମେ କହିଥିଲ ଯେ ମୁଁ ନିର୍ଦ୍ଦେଶକ ଭାବେ ଡେବ୍ୟୁ କଲେ ତୁମେ ଅଭିନେତା ହେବ। ତୁମେ କହିଥିଲ ଯେ ଆମେ ଦୁହେଁ ବିହାରୀ ଇଣ୍ଡଷ୍ଟ୍ରି‌ରେ ରାଜ୍‌ କରିବା। ତୁମେ ସେ ସମସ୍ତ କଥା ଭୁଲିଗଲ। ମୋତେ ଧୋକା ଦେଲ। ମୋ‌ତେ ଏକଲା ଛାଡ଼ି ଚାଲିଗଲ।

ଉଲ୍ଲେଖଯୋଗ୍ୟ, ସନ୍ଦୀପ ତାଙ୍କର ଯେଉଁ ପୁରୁଣା ଫଟୋଟିକୁ ଇନ୍‌ଷ୍ଟା‌ରେ ସେୟାର୍‌ କରିଛନ୍ତି ସେଥିରେ ସୁଶାନ୍ତଙ୍କ ପୂର୍ବତନ ପ୍ରେମିକା ଅଙ୍କିତାଙ୍କୁ ବି ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର