ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟାର ତଦନ୍ତ କରି ଅଭିନେତ୍ରୀ ରେହା ଚକ୍ରବର୍ତ୍ତୀଙ୍କ ବୟାନ ରେକର୍ଡ କରିଛି ପୁଲିସ୍। ରେହା ସୁଶାନ୍ତଙ୍କ ବନ୍ଧୁ ହୋଇଥିବାରୁ ମୁମ୍ବାଇ ପୁଲିସ୍ ତାଙ୍କ ରେକର୍ଡ ବୟାନ କରିଥିବା ସୂଚନା ରହିଛି।
ଏବେ ସୁଦ୍ଧା ସୁଶାନ୍ତଙ୍କ ଆତ୍ମହତ୍ୟା ନେଇ ସମୁଦାୟ ୧୦ ଜଣ ଲୋକ ବୟାନ ଦେଇ ସାରିଲେଣି। ଗତକାଲି ସୁଶାନ୍ତଙ୍କ ଜଣେ ବନ୍ଧୁ ପୁଲିସ୍ରେ ବୟାନ ଦେଇ କହିଥିଲେ ଯେ ସୁଶାନ୍ତଙ୍କ ବୃତ୍ତିଗତ ଜୀବନରେ ଥିବା ସମସ୍ୟା ବିଷୟରେ ସେ କିଛି ଜାଣନ୍ତି ନାହିଁ।
ସୁଶାନ୍ତଙ୍କ ସହ ସିନେମାରେ କାମ କରିଥିବା ମହେଶ ଛାବ୍ରା ସୁଶାନ୍ତଙ୍କୁ ଜଣେ ଦକ୍ଷ ଅଭିନେତା ବୋଲି କହିବା ସହ ସେ ତାଙ୍କ ବ୍ୟକ୍ତିଗତ ସମସ୍ୟାକୁ ନିଜ ଭିତରେ ରଖନ୍ତି ବୋଲି କହିଥିଲେ। ପୁଲିସ୍ ସୁଶାନ୍ତଙ୍କ ରୋଷେୟା, କେୟାର୍ଟେକର୍ ଓ ମ୍ୟାନେଜରଙ୍କର ବି ବୟାନ ରେକର୍ଡ କରିଛି।
/sambad/media/post_attachments/wp-content/uploads/2020/06/pjimage-13-1592141699-2-300x169.jpg)
ପୁଲିସ୍ ସୂତ୍ରରୁ ଜାଣିବାକୁ ମିଳିଛି ଯେ ସୁଶାନ୍ତଙ୍କ ସହ ଯିଏ ସବୁ ବି ଘନିଷ୍ଠ ସଂପର୍କରେ ଥିଲେ ସେମାନଙ୍କୁ ପଚରାଉଚରା କରାଯାଇ ସେମାନଙ୍କ ବୟାନ ରେକର୍ଡ କରାଯିବ। ଆପଣ ଜାଣିଥିବେ ନିଶ୍ଚୟ ଯେ ସୁଶାନ୍ତଙ୍କ ବାପା ପୁଲିସ୍ରେ ବୟାନ ଦେଇ କହିଛନ୍ତି କି ନିଜ ପୁଅ ବିଷାଦଗ୍ରସ୍ତ ରହିବା ବିଷୟରେ ତାଙ୍କୁ କିଛି ବି ଜଣା ନଥିଲା।
ଉଲ୍ଲେଖଯୋଗ୍ୟ, ଦୀର୍ଘ ଦିନ ଧରି ବିଷାଦଗ୍ରସ୍ତ ରହିବା ପରେ ଶେଷରେ ମୁମ୍ବାଇର ବାନ୍ଦ୍ରାସ୍ଥିତ ନିଜ ବାସଭବନରେ ଫାଶୀ ଲଗାଇ ରବିବାର ଜୀବନ ହାରିଛନ୍ତି ସୁଶାନ୍ତ ସିଂହ ରାଜପୁତ। ପୁଲିସ୍ ତାଙ୍କ ବିଷାଦ ରହିବା ପଛର କାରଣ ଖୋଜିବା ପାଇଁ ସୁଶାନ୍ତଙ୍କ ସହ ଘନିଷ୍ଠତା ଥିଲା ଲୋକଙ୍କ ରେକର୍ଡ ବୟାନ କରୁଛି।