ନୂଆଦିଲ୍ଲୀ: ସୁଶାନ୍ତ ସିଂହ ରାଜପୁତ ହିନ୍ଦୀ ସିନେମାର ଲୋକପ୍ରିୟ ଅଭିନେତା ଥିଲେ। ଯିଏକି ଚାରିବର୍ଷ ପୂର୍ବେ ଆମ ସମସ୍ତଙ୍କୁ ପରକରି ଆରପାରିକୁ ଚାଲିଯାଇଛନ୍ତି। ଆଜି ପର୍ଯ୍ୟନ୍ତ ସୁଶାନ୍ତଙ୍କ ଫ୍ୟାନ୍ସମାନେ ବିଶ୍ବାସ କରି ପାରୁ ନାହାନ୍ତି କି ତାଙ୍କର ପ୍ରିୟର ଅଭିନେତା ଏଦୁନିଆରେ ଆଉ ନାହାନ୍ତ।
ଆଜିର ଦିନ ଅର୍ଥାତ ୨୦୨୦ ମସିହା ଜୁନ ୧୪ ତାରିଖରେ ସୁଶାନ୍ତ ସିଂ ମୁମ୍ବାଇର ବାନ୍ଦ୍ରାସ୍ଥିତ ଘରେ ଫାଶୀ ଲଗାଇ ଜୀବନ ହାରି ଦେଇଥିବା ଖବର ଟେଲିଭିଜନରେ ବାଜିବା ପରେ ସମସ୍ତେ ଚକିତ ହୋଇଯାଇଥିଲେ। ଏହା ବାସ୍ତବ ନା କୌଣସି ଗୁଜବ ଖବର ବୋଲି ଲୋକେ ପ୍ରଶ୍ନ କରିଥିଲେ। ପରେ ଜଣାପଡ଼ିଲା ଏହା କୌଣସି ଗୁଜବ ନୁହେଁ ଅଭିନେତା ସୁଶାନ୍ତଙ୍କ ବାସ୍ତବରେ ମୃତ୍ୟୁ ହୋଇଛି।
ଆଜି ସୁଶାନ୍ତଙ୍କ ମୃତ୍ୟୁକୁ ଚାରିବର୍ଷ ବିତି ଯାଇଥିଲେ ସୁଦ୍ଧା ଫ୍ୟାନ୍ସମାନେ ଅଭିନେତାଙ୍କ ଶେଷ ପୋଷ୍ଟରେ ପ୍ରତିକ୍ରିୟା ଦେଇ ଭାବବିହ୍ବଳ ହୋଇପଡ଼ୁଛନ୍ତି। ଏହି କ୍ରମରେ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ଓ ଅଭିନେତା ଅଭିଷେକ କୁମାର ସୁଶାନ୍ତଙ୍କ ଶ୍ରାଦ୍ଧବାର୍ଷିକୀରେ ଭାବବିହ୍ବଳ ହୋଇ ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରିଛନ୍ତି।
ସୁଶାନ୍ତଙ୍କ ଫ୍ୟାନ୍ସମାନେ ସୋସିଆଲ ମିଡିଆରେ ଅଭିନେତାଙ୍କ ମନେ ପକାଇ ଲେଖିଛନ୍ତି, ସୁଶାନ୍ତ ଭାଇ ତୁମକୁ ଏମିତି ଆମ ସମସ୍ତଙ୍କୁ ଛାଡ଼ି ଯିବାର ନଥିଲ। ତୁମ ମୃତ୍ୟୁକୁ ୪ବର୍ଷ ବିତି ଯାଇଛି କିନ୍ତୁ ବିଶ୍ବାସ ହେଉନାହିଁ କି ତୁମେ ଆମ ଗହଣରେ ନାହଁ। ଯେମିତି ଲାଗୁଛି ତୁମେ କୌଣସି କାମରେ ବ୍ୟସ୍ତ ରହି ଯାଇଛ ସେଥିପାଇଁ ଟେଲି ପରଦାରେ ତୁମେ ନଜର ଆସୁନାହଁ।