ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ସିନେ କଳାକାରରୁ ନେଇ ରାଜନେତା ପଯ୍ୟନ୍ତ ବିଭିନ୍ନ ଲୋକ ଏହି ଘଟଣାର ସିବିଆଇ ତଦନ୍ତ ପାଇଁ ଦାବି କରି ଆସୁଛନ୍ତି। ନିକଟରେ ବିହାରର ସାଂସଦ ପପୁ ଯାଦବ ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ସିବିଆଇ ତଦନ୍ତ ପାଇଁ ଦାବି କରିଥିଲେ। ଏବେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଏକ ପତ୍ର ଜରିଆରେ ତାହାର ଉତ୍ତର ରଖିଛନ୍ତି। ଶାହାଙ୍କ ଉତ୍ତର ଚିଠିର ଏକ ଫଟୋ ଉଠାଇ ଯାଦବ ତାହାକୁ ଟ୍ବିଟର୍ରେ ସେୟାର୍ କରିଛନ୍ତି।
अमित शाह जी आप चाहें तो एक मिनट में सुशांत मामले की CBI जांच हो सकती है। इसे टालें नहीं!
बिहार के गौरव फ़िल्म अभिनेता सुशांत सिंह राजपूत जी की संदिग्ध मृत्यु की CBI जांच के लिए केंद्रीय गृह मंत्री जी को पत्र लिख आग्रह किया था।
उन्होंने कार्रवाई के लिए पत्र अग्रसारित कर दिया है। pic.twitter.com/MWsFBFNN8p
— Sewak Pappu Yadav (@pappuyadavjapl) July 14, 2020
ସୁଶାନ୍ତଙ୍କ ମୃତ୍ୟୁର ତଦନ୍ତ କରିବା ପାଇଁ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଡକ୍ଟର ଶୁଭ୍ରମଣ୍ୟମ ସ୍ବାମୀ ମଧ୍ୟ ସିବିଆଇ ତଦନ୍ତ ଦାବି କରିଥିଲେ। ସେ ସିବିଆଇ ତଦନ୍ତ ଦାବି କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଚିଠି ଲେଖିଥିଲେ। ଏହି ପତ୍ରର ଏକ ଫଟୋ ଉଠାଇ ନିଜ ଟ୍ବିଟର୍ ଆକାଉଣ୍ଟ୍ରେ ସେୟାର କରିଥିଲେ ଓକିଲ ଇସ୍କରନ ସିଂହ ଭଣ୍ଡାରୀ।ଗତ ମାସ ବିଜେପି ସାଂସଦ ନିଶିକାନ୍ତ ଦୁବେ ସୁଶାନ୍ତଙ୍କ ମୃତ୍ୟୁର ତଦନ୍ତ କରିବାକୁ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ନିକଟକୁ ଏକ ଚିଠି ଲେଖିଥିଲେ।
Dr @Swamy39 letter to @narendramodi for CBI investigation for full & Transparent Justice to Sushant Singh Rajput.
He will the explain it at 4 pm in easy language for non lawyers-
Link- https://t.co/JZAZwSOfRs pic.twitter.com/mwY5jHF0dG
— Ishkaran Singh Bhandari (@ishkarnBHANDARI) July 15, 2020
ଉଲ୍ଲେଖଯୋଗ୍ୟ, ଜୁନ୍ ୧୪ ତାରିଖରେ ମୁମ୍ବାଇର ବାନ୍ଦ୍ରାସ୍ଥିତ ନିଜ ବାସଭବନରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ ସୁଶାନ୍ତ ସିଂହ ରାଜପୁତ। ତାଙ୍କ ଘରୁ କିଛି ଡିପ୍ରେସନ୍ ଔଷଧ ଓ ଡାକ୍ତରୀ ପ୍ରେସ୍କିପସନ ପୁଲିସ୍ ପାଇଥିଲା। କେହି କେହି ଏହାକୁ ଏକ ଷଡ଼ଯନ୍ତ୍ର ପୂର୍ଣ୍ଣ ହତ୍ୟା ବୋଲି ମଧ୍ୟ ସନ୍ଦେହ କରୁଛନ୍ତି।