ମୁମ୍ବାଇ: ଅଭିନେତ୍ରୀ ରେହା ଚର୍କବର୍ତ୍ତୀଙ୍କ ନାମରେ ସୁଶାନ୍ତ ସିଂହ ରାଜପୁତଙ୍କ ବାପା ଅଭିଯୋଗ ଆଣିବା ପରେ ସୁଶାନ୍ତ ସିଂହଙ୍କ ମୃତ୍ୟୁ ମାମଲା ନୂଆ ମୋଡ଼ ନେବାରେ ଲାଗିଛି। ସୁଶାନ୍ତଙ୍କ ପ୍ରେମିକା ରେହା ଚକ୍ରବର୍ତ୍ତୀ ସୁଶାନ୍ତଙ୍କ ବ୍ୟାଙ୍କ୍ ଆକାଉଣ୍ଟ୍ରୁ ୧୫ କୋଟି ଟଙ୍କା ଉଠାଇ ନେଇଛନ୍ତି ବୋଲି ତାଙ୍କ ନାମରେ ଯେଉଁ ଅଭିଯୋଗ ଆସିଛି ତାହାକୁ ତଦନ୍ତ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)।
ମଙ୍ଗଳବାର ସୁଶାନ୍ତଙ୍କ ବାପା କେ କେ ସିଂହ ରେହାଙ୍କ ନାମରେ ଟଙ୍କା ଉଠାଣ ଅଭିଯୋଗ ଆଣିବା ପରେ ସେ ଦର୍ଜ କରିଥିବା ମାମଲାର ସଂପୂର୍ଣ୍ଣ ତଥ୍ୟ ମାଗିଛି ଇଡି।
ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ରେହାଙ୍କ ନାମରେ ମାମଲା ବିହାରରେ ରୁଜୁ ହୋଇଛି। ଇଡି ବିହାର ପୁଲିସକୁ ଏକ ଚିଠି ଲେଖି ସୁଶାନ୍ତଙ୍କ ବ୍ୟାଙ୍କ୍ ଆକାଉଣ୍ଟ୍ର ସମସ୍ତ ତଥ୍ୟ ମାଗିଛି।
/sambad/media/post_attachments/wp-content/uploads/2020/07/download-33.jpg)
ସୁଶାନ୍ତଙ୍କ ବ୍ୟାଙ୍କ୍ ଆକାଉଣ୍ଟ୍ ସଂପର୍କରେ ସବିଶେଷ ତଥ୍ୟ ଜାଣିବା ପାଇଁ ବିହାର ପୁଲିସ୍ ମୁମ୍ବାଇର ବାନ୍ଦ୍ରାରେ ଥିବା କୋଟାକ ମହିନ୍ଦ୍ରା ବ୍ୟାଙ୍କ୍ରେ ଗୁରୁବାର ପହଞ୍ଚିଥିଲା। ସୁଶାନ୍ତଙ୍କ ବାପାଙ୍କ କହିବାନୁସାରେ ସୁଶାନ୍ତଙ୍କ ଆକାଉଣ୍ଟ୍ରୁ ୩ଟି ଅଜଣା ଆକାଉଣ୍ଟ୍କୁ ଟଙ୍କା ଟ୍ରାନ୍ସଫର୍ ହୋଇଛି। ସେହି ଆକାଉଣ୍ଟ୍କୁ ହେଉଛି ରେହା, ତାଙ୍କ ଭାଇ ଓ ତାଙ୍କ ମାଆଙ୍କର।
ଉଲ୍ଲେଖଯୋଗ୍ୟ, ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ମାମଲା ନେଇ ତାଙ୍କ ବାପା କେକେ ସିଂହ ଜୁଲାଇ ୨୬ ତାରିଖରେ ସୁଶାନ୍ତଙ୍କ ପୂର୍ବତନ ପ୍ରେମିକା ରେହାଙ୍କ ବିରୋଧରେ ପ୍ରତାରଣା, ଚୋରି ଓ ଆତ୍ମହତ୍ୟା ପାଇଁ ଉସୁକାଇବା ଅଭିଯୋଗ ଆଣି ଏକ ମାମଲା ରୁଜୁ କରିଥିଲେ।