ପୁଲିସ୍‌‌ର ଅସାବଧାନତା ହେତୁ ସୁଶାନ୍ତଙ୍କ ମୃତ୍ୟୁ ଘଟିଛି; ୯ ପୃଷ୍ଠାର ବିବୃତି ଜାରି କରି ଅଭିଯୋଗ ଆଣିଲେ ପରିବାର ଲୋକ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ବିରୋଧରେ ପ୍ରଚାର ହେଉଥିବା ଅପବାଦକୁ ଖଣ୍ଡନ କରି ପରିବାର ପକ୍ଷରୁ ଏକ ୯ ପୃଷ୍ଠାର ବିବୃତି ଜାରି କରାଯାଇଛି। ହିନ୍ଦୀରେ ଲିଖିତ ଏହି ବିବୃତିରେ ସୁଶାନ୍ତ ଓ ତାଙ୍କ ପରିବାର ବିଷୟରେ ଅନେକ କଥା ବର୍ଣ୍ଣନା କରାଯାଇଛି। ଏହି ବିବୃତିରେ ଅଭିନେତାଙ୍କ ପରିବାର ପକ୍ଷରୁ କୁହାଯାଇଛି କି କିଛି ଲୋକ ସେମାନଙ୍କ ବିରୋଧରେ ମିଥ୍ୟା ଅଭିଯୋଗ ଆଣି ସେମାନଙ୍କ ଭାବମୂର୍ତ୍ତିକୁ ଖରାପ କରିବାକୁ ଚେଷ୍ଟା କରୁଛନ୍ତି।

ଏକ ଛୋଟ ସହରରୁ ନେଇ ମୁମ୍ବାଇ ପରି ସ୍ବପ୍ନ ନଗରୀରେ ପହଞ୍ଚିବା ପାଇଁ ସୁଶାନ୍ତଙ୍କୁ ଯେଉଁ ସବୁ ପଥ ଦେଇ ଯିବାକୁ ପଡ଼ିଥିଲା ସେ ସଂପର୍କରେ ବିବୃତିରେ ଉଲ୍ଲେଖ କରାଯାଇଛି। ସେଥିରେ ଆହୁରି ବି ଲେଖାଯାଇଛି କି କିଛି ବର୍ଷ ପୂର୍ବେ ନା ସୁଶାନ୍ତ ନା ତାଙ୍କ ପରିବାର ଲୋକଙ୍କୁ କେହି ଜାଣିଥିଲେ! ଆଜି ତାଙ୍କ ପାଇଁ ସାରା ବିଶ୍ବ ଚିନ୍ତିତ।

India Today

ପରିବାର ପକ୍ଷରୁ ଆହୁରି ମଧ୍ୟ ଉଲ୍ଲେଖ କରାଯାଇଛି ଯେ ସୁଶାନ୍ତଙ୍କ ବାପାମାଆ କଠିନ ପରିଶ୍ରମୀ ଥିଲେ। ପାଞ୍ଚ ଜଣ ପିଲାଙ୍କୁ ନେଇ ତାଙ୍କ ପରିବାର ବେଶ ଖୁସିଲେ ଚାଲୁଥିଲା। ପିଲାମାନଙ୍କର ଉତ୍ତମ ଦେଖାଶୁଣା ପାଇଁ ୯୦ ଦଶକରେ ପରିବାର ନିଜର ପୈତୃକ ଗ୍ରାମକୁ ଚାଲି ଯାଇଥି‌ଲେ। ପିଲାମାନଙ୍କକୁ ବଡ଼ କରିବା ଅନ୍ୟ ଭାରତୀୟ ମାଆବାପାଙ୍କ ପରି ସୁଶାନ୍ତଙ୍କ ବାପାମାଆଙ୍କୁ ମଧ୍ୟ ବହୁ ଅସୁବିଧାର ସାମ୍ନା କରିବାକୁ ପଡ଼ିଥିଲା। ତା ସତ୍ତ୍ବେ  ସେ ନିଜ ପିଲାମାନଙ୍କୁ ସବୁ କିଛି ଯୋଗାଇ ଦେଇଥିଲେ। ସେମାନେ ନିଜ ପିଲାମାନଙ୍କୁ ବଡ଼ ସ୍ୱପ୍ନ ଦେଖିବାରେ କେବେ ବି ଅଟକାଇ ନଥିଲେ। ସୁଶାନ୍ତଙ୍କ ମାଆଙ୍କ ମୃତ୍ୟୁ ପରେ ବି ସରି ଯାଇନଥିଲା ସୁଶାନ୍ତଙ୍କ ସ୍ବପ୍ନ ଦେଖା। ସୁଶାନ୍ତ ଜଣେ ଅଭିନେତା ହେବାକୁ ନିଷ୍ପତ୍ତି ନେଇଥିଲେ। ପରବର୍ତ୍ତୀ ୮-୧୦ ବର୍ଷ ପରେ ସୁଶାନ୍ତ ତାଙ୍କ ସ୍ବପ୍ନକୁ ପୂରା କରି ମଧ୍ୟ ଦେଖାଇଲେ।

ସୁଶାନ୍ତଙ୍କ ପରିବାର ଲୋ‌କ ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ପରିବାର ବିରୋଧରେ ଅଭିଯୋଗ ଆଣି ଜଣେ ଜଣାଶୁଣା ବ୍ୟକ୍ତି କିଛି ଚୋର ଏବଂ ଲୋଭୀ ଲୋକମାନଙ୍କ କବଳରେ ଫଶି ରହିଥିଲେ ବୋଲି କହିଛନ୍ତି। ପରିବାର ଦାବି କରିଛନ୍ତି ଯେ ସେମାନେ ଏକମାତ୍ର ପୁଅର ମୃତ୍ୟୁରେ ପରିବାର ଶୋକ କରିବା ପାଇଁ ମଧ୍ୟ ସମୟ ପାଇନାହାନ୍ତି। ପୁଲିସ ମାମଲାର ତଦନ୍ତ କରିବା ପରିବର୍ତ୍ତେ ସୁଶାନ୍ତଙ୍କ ମୃତଦେହର ପ୍ରଦର୍ଶନୀ କରିଥିଲା। ପୁଲିସ୍‌ ବିଭାଗର ଅସାବଧାନତା ହେତୁ ସୁଶାନ୍ତଙ୍କ ମୃତ୍ୟୁ ଘଟିଛି ବୋଲି ସୁଶାନ୍ତ ସିଂ ରାଜପୁତଙ୍କ ପରିବାର ବିବୃତ୍ତିରେ କହିଛନ୍ତି।

ସମ୍ବନ୍ଧିତ ଖବର